ଜଗତସିଂହପୁର,/ସୁମନ୍ତକୁମାରଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଂଚାୟତ ସାରଳାରୋଡ ସ୍ଥିତ ସାରଳାଦାସ ମିନି ଷ୍ଟାଡିଅମ ରେ ବ୍ଲକ ସ୍ତରୀୟ ୨୦୨୨ – ୨୩ କ୍ରୀଡା ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି l ଏହି କ୍ରୀଡା ପ୍ରତିଯୋଗିତା ରେ ଭଲିବଲ, କବାଡି ଓ ଖୋ ଖୋ ତିନୋଟି ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା l ଆଜିର କ୍ରୀଡା ପ୍ରରିଯୋଗୀତା ରେ ମୁଖ୍ୟଅତିଥି ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ବିଡ଼ିଓ ଅଟଳବିହାରୀ ସ୍ୱାଇଁ, ଏ ବିଡ଼ିଓ ସତ୍ୟ ଜିତ ସ୍ୱାଇଁ, ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ମହାପାତ୍ର, ଯୋଗାଣ ବିଭାଗ ଅଧିକାରୀ ବାବୁଲାଲ ବାରିକ, ବ୍ଲକ ଉପାଧ୍ୟାକ୍ଷା ସନ୍ଧ୍ୟା ରାଣୀ ମହାନ୍ତି, ୧ ନମ୍ୱର ଜୋନ ଜ଼ିଲ୍ଲାପରିଷଦ ରଂଜିତା ସିଂହ, ୩ ନମ୍ବର ଜୋନ ଜ଼ିଲ୍ଲାପରିଷଦ ସୁନୀଲ ବେହେରା, ବ୍ଲକ ବିଜେଡି ସଭାପତି ତଥା ଗଙ୍ଗାଧର ବିଶ୍ୱାଳ, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ଓ କ୍ରୀଡା ପତାକା ଉତୋଳନ କରି ଉଦଘାଟନ କରିଥିଲେ l ଦୁଇଦିନ ଧରି ପ୍ରତେକ ପଂଚାୟତ ରେ ଚାଲିଥିବା ପଂଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ବିଜୟ ହାସଲ କରିଥିବା କ୍ରୀଡା ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେଇଥିଲେ l ମୂଳିସିଂ ସରପଞ୍ଚ ସଫି ଆଜମ, ଗୋପାଳପୁର ସରପଞ୍ଚ ରଶ୍ମି ରଞ୍ଜନ ଦାଶ, ତରଜଙ୍ଗା ସରପଞ୍ଚ ରିତାରାଣୀ ମଲ୍ଲିକ, କୋଲର ସରପଞ୍ଚ ଉମେଶ ଚନ୍ଦ୍ର ବେହେରା, ଜଗନ୍ନାଥପୁର ସରପଞ୍ଚ ସୁଶାନ୍ତ କୁମାର ନାୟକ, ସୁବ୍ରତ କୁମାର ଦାଶ ଜୟନ୍ତ ପରିଜାଙ୍କ ସମେତ ଅନ୍ୟ ପ୍ରତିନିଧି ମାନେ ଉପସ୍ଥିତ ରହି କ୍ରୀଡା ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ l ଆଜିର କ୍ରୀଡାପ୍ରତିଯୋଗିତା ର ସମସ୍ତ କାର୍ଯ୍ୟକ୍ରମ କୁ ନାରୀନେତ୍ରୀ ତେନ୍ତୁଲିପଦା ସରପଞ୍ଚ ସରୋଜିନୀ ପରିଜା ସୁଚାରୁରୂପେ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା l ସରପଞ୍ଚ ଶ୍ରୀମତୀ ପରିଜାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ଅଙ୍ଗନବାଡି କର୍ମୀ ମାନେ ପରିଚାଳନା ରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା l ଆଜିର କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା ୮ ଟି ଆଞ୍ଚଳିକ ସାଧନ କେନ୍ଦ୍ର ର ପଂଚାୟତ ସ୍ତରୀୟ ବିଜେତା ମଧ୍ୟରେ କଡା ମୁକାବିଲା ହେଉଥିବା ଦେଖିବାକୁ ମିଳିଥିଲା l ଆସନ୍ତା କାଲି ୨୩ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହେବ l ଏହି ଫାଇନାଲ ରେ ଖୋ ଖୋ ରେ ତିର୍ତ୍ତୋଲ ଓ ତାର୍ତ୍ତୋଲ ମଧ୍ୟରେ ଅନୁଷ୍ଠିତ ହେବ, କବାଡି ଖେଳ ରେ ମୂଳିସିଂ ଓ ଜଗନ୍ନାଥପୁର ମଧ୍ୟରେ ଅନୁଷ୍ଠିତ ହେବ l ଭଲିବଲ ଫାଇନାଲ ଖେଳ ଟି ମୂଳିସିଂ ଓ ଗୋବିନ୍ଦପୁର ମଧ୍ୟରେ ଅନୁଷ୍ଠିତ ହେବାପାଇଁ ଘୋଷଣା କରାଯାଇଛି l ଆଜିର ଏହି ଖେଳ କୁ ଭୁବନ ମୋହନ ଦାସ, ସତ୍ୟଜିତ କୁମାର, ସେକ ସୁଲେମାନ, ଅସଫାକ ଖାନ ଙ୍କ ଅନ୍ୟ ଖେଳ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post