ରଜନିଦେବୀ ଜରାଶ୍ରମ

0

ଜଗତସିଂହପୁର,/ସୁମନ୍ତକୁମାରଦାସ: ଜଗତସିଂପୁର ସ୍ତିତ କୁଜଙ୍ଗ ବ୍ଲକ ଦୁଆଦିଆ ଗ୍ରାମରେ ଉପସ୍ଥିତ ଥିବା ରଜନୀ ଦେବୀ ଜରାଶ୍ରମ ଏକ ନିଆରା ବାତାବରଣରେ ଗଢି ଉଠିଛି | ତାହାର ପ୍ରତିଷ୍ଠାତା ଶ୍ରୀମତୀ ମଞ୍ଜୁଲତା ରାଉତ ଜଣେ ଆଇନଜୀବୀ ଓ ସମାଜସେବୀ | ୧ ଏକର ଜାଗାରେ ଗଢି ଉଠିଥିବା ରଜନିଦେବୀ ଜରାଶ୍ରମ ସେଇ ବୟସ୍କ ଲୋକମାନଙ୍କ ପାଇଁ ହେଇଛି ଯେଉଁମାନଙ୍କର କୌଣସି ଆତ୍ମୀୟ ସ୍ୱଜନ ନାହାନ୍ତି କିମ୍ବା ପରିଣତ  ବୟସରେ ପୁଅ ବୋହୁ ଝିଅ ଜୋଇଁମାନେ ନ ପଚାରି ତାଙ୍କୁ ନିରାଶ୍ରୟ କରିଦେଉଛନ୍ତି l ଶ୍ରୀମତୀ ମଞ୍ଜୁଲତା ରାଉତ ସେଇମାନଙ୍କ ପାଇଁ ଏଇ ପରିଣତ ବୟସରେ ଅନ୍ଧର ଲଉଡ଼ି ସାଜିଛନ୍ତି | ଏକ ଆଶାର ଆଲୋକ ସାଜି ଦୀର୍ଘ ୫ ବର୍ଷ ହେଲାଣି  ମଞ୍ଜୁଲତା ସେଇ ବୃଦ୍ଧ ବ୍ୟକ୍ତିମାନଙ୍କୁ ତାଙ୍କର ଜରାଶ୍ରମକୁ ଆଣି ତାଙ୍କର ରକ୍ଷଣାବେକ୍ଷଣ  ସହିତ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ନିବାରଣ ପାଇଁ ମଧ୍ୟ ଚେଷ୍ଟା କରି ଆସୁଛନ୍ତି l ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥିବା elderline ର ସଦସ୍ୟ ବାସୁଦେବ ଦାସ ତାଙ୍କ ଜରାଶ୍ରମର ସମୀକ୍ଷା କରିଥିଲେ ଓ ସେଠାରେ ଥିବା ସମସ୍ତ ଅନ୍ତେବାସୀ ମାନଙ୍କ ସହିତ କଥା ବାର୍ତା ହେଇଥିଲେ l ସେଠାରେ ଥିବା ଅନ୍ତଃବାସୀଙ୍କ ସହିତ କଥା ହେବ ପରେ ଶ୍ରୀମତୀ ମଞ୍ଜୁଲତାଙ୍କ ସହିତ ଏକ ମୌଖିକ ଚୁକ୍ତି କରିଥିଲେ ଶ୍ରୀମତୀ ମଞ୍ଜୁଲତା କହିଥିଲେ l ଯେ elderline ର ସମସ୍ତ ସେବା ଗୁଡିକ ବିଷୟରେ ଲୋକମଙ୍କୁ ସଚେତନ କରେଇବେ eldeline ରେ ଆସୁଥିବା ଜଗତସିଂପୁର ଜିଲାର ସମସ୍ତ service request ଉପରେ ତାଙ୍କର ପାରୁ ପର୍ଯନ୍ତ ସାହାଯ୍ୟ ଓ ସମାଧାନ ନିମନ୍ତେ ସବୁବେଳେ ସଜାଗ ରହିବେ ବୋଲି କହିଛନ୍ତି l

Leave A Reply

Your email address will not be published.