ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡ଼ା ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହେଇଯାଇଛି।
ଏହି ଦୁଇ ଦିବସୀୟ କ୍ରୀଡ଼ା ଉତ୍ସବର ପ୍ରଥମ ଦିବସରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରିନା ସାହୁଙ୍କ ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ସମସ୍ତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଅନୁଷ୍ଠିତ ହୋଇଥିବା ଉଦଯାପନୀ ସଭାରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରଳାଖେମୁଣ୍ଡି ୧୫ ନଂ ଓ୍ବାର୍ଡ କାଉନସିଲର ଶ୍ରୀଯୁକ୍ତ ସୁଜିତ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି କ୍ରୀଡ଼ା କ୍ଷେତ୍ରରେ ନାରୀଙ୍କ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ସମ୍ମାନୀତ ଅତିଥି ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ବିଶେଷ ମତ ପ୍ରଦାନ କରିଥିଲେ। ସଭାର ଆରମ୍ଭରେ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଅତିଥିମାନଙ୍କ ବିଶେଷ ପରିଚୟ ପ୍ରଦାନ ସହ କ୍ରୀଡ଼ାର ଉପଯୋଗୀତା ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।
କ୍ରୀଡା ସଂଘର ସମ୍ପାଦିକା ଲିସାରାଣୀ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ
କ୍ରୀଡ଼ା ପ୍ରଶିକ୍ଷିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା , କ୍ରୀଡ଼ା ପରିଷଦର ଉପସଭାପତି ଡ. ମହେନ୍ଦ୍ର ରଇତ ଓ କ୍ରୀଡା ପରିଷଦର ସହ-ଉପସଭାପତି ବାଗ୍ନୀ ରଞ୍ଜନ ମଞ୍ଚାସୀନ ଥିଲେ।
ଏହି ଦୁଇ ଦିବସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁଟିଙ୍ଗ ଦ ସଟ୍ , ହାଇ ଜମ୍ପ , ଲଙ୍ଗ ଜମ୍ପ , ରିଲେ ରେସ୍ , ଜାଭେଲିନ୍ ଥ୍ରୋ , ୧୦୦ମି ଏବଂ ୨୦୦ମି ଦୌଡ଼ , ଡିସ୍ କୋସ୍ ଥ୍ରୋ , ସ୍କିପିଙ୍ଗ୍ , ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତାରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅଂଶଗ୍ରହଣ କରିଥିଲେ।
ପୁଟିଙ୍ଗ ଦ ସଟ୍ ରେ ଶିରିଷା ନିଲାପୁ , ଲଙ୍ଗ୍ ଜମ୍ପରେ ତେଜସ୍ୱିନୀ ରଇତ , ହାଇ ଜମ୍ପରେ ପ୍ରିୟଙ୍କା ଜେନା , ୧୦୦ ମିଟର ଦୌଡରେ ପ୍ରିୟଙ୍କା ଜେନା , ୨୦୦ ମିଟର ଦୌଡରେ ଗୀତା ପାଣି , ଡିସ୍ କୋସ୍ ଥ୍ରୋ ରେ ଗୀତା ମଣ୍ଡଳ , ଜାଭେଲିନ୍ ଥ୍ରୋ ରେ ହରପ୍ରିୟା ଦେବୀ , ରିଲେ ରେସ୍ ରେ ଝିଲି ବିଶ୍ୱାଳ , ପ୍ରିୟଙ୍କା ଜେନା , ହରପ୍ରିୟା ଦେବୀ , ନନ୍ଦିନୀ ଦେବୀ , ସ୍କିପିଙ୍ଗ୍ ରେ ଦୀପ୍ତି ବିଶ୍ୱାଳ , ମ୍ୟୁଜିକ ଚେୟାର ପଙ୍କଜିନି ଶବର ଆଦି ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପୁରଷ୍କୃତ ହୋଇଥିଲେ।
ଏତଦ୍ ବ୍ୟତୀତ ଫ୍ୟାନ୍ସି ଡ୍ରେସରେ ରଞ୍ଜିତା ଖଡ଼ଗରାୟ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପ୍ରଥମ ସ୍ଥାନରେ ମନୋନୀତ ହୋଇ ପ୍ରମାଣ ପତ୍ର ଓ ପୁରସ୍କାର ପାଇଛନ୍ତି।
ଯୁକ୍ତ ଦୁଇ ୨ୟ ବର୍ଷ କଳା ଛାତ୍ରୀ ପ୍ରିୟଙ୍କା ଜେନା ଚାମ୍ପିଅନ ଘୋଷିତ ହୋଇଥିଲେ। ସଭା ଶେଷରେ ସହ ଉପସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ସଫଳ କରିବାରେ ସହ ଉପସଭାପତି ଡ. ନୃସିଂହ ପାଣିଗ୍ରାହୀ , ଗୁରୁ ଶ୍ରୀ ରଘୁନାଥ ପାତ୍ର, ସୁଶ୍ରୀ ଡି. ପ୍ରିୟଙ୍କା ,ବରିଷ୍ଠ ପ୍ରଧ୍ୟାପିକା ଡ. ମନସ୍ବିନୀ ଦାସ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ବିଶେଷ ସହଯୋଗ ରହିଥିଲା।

Leave A Reply

Your email address will not be published.