ଉଦଘାଟନ ହେଲା ଧାନ ମଣ୍ଡି , ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ମିଲରଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିଲେ ଆଦିବାସୀ ବହୁମୁଖି ସମବାୟ ସମିତି ନିର୍ଦେଶକ।

0 2

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆର.ଏମ.ସି ୟାର୍ଡ ଠାରେ ନିୟନ୍ତ୍ରିତ ବଜାର କମିଟି ରାୟଗଡା ପକ୍ଷରୁ୨୦୨୨-୨୩ ଖରିଫ ଋତୁ ନିମନ୍ତେ ଧାନ ମଣ୍ଡି ଉଦଘାଟନ କରାଯାଇଛି । ଏହି ଧାନ ମଣ୍ଡି କୁ ଚାଷୀ ଦାଶରଥି ନାୟକ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ଧାନ ବିକ୍ରି କରିବା ପୂର୍ବରୁ ଚାଷୀଙ୍କୁ ଟକେନ୍ ଯୋଗାଇ ଦେବା ଓ ଚାଷୀ କୁ ଟୋକେନ୍ ଆସିନଥିବା ଓ ଖାଲି ବସ୍ତା ଟଙ୍କା ଚାଷୀ ଶୀଘ୍ର ପ୍ରଦାନ କରିବା କୁ ନେଇ ଚାଷୀ ମାନେ ଅଧିକାରୀ ଙ୍କୁ ଦାବି କରିଥିଲେ |
ଅପରପକ୍ଷରେ ଏହି ଧାନ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ କଲ୍ୟାଣସିଂହପୁର ଆଦିବାସୀ ବହୁମୁଖି ସମବାୟ ସମିତି ର ନିର୍ଦେଶକମାନେ ମଣ୍ଡି ଆରମ୍ଭ ପୂର୍ବରୁ ଧାନ ମିଲ ମାନଙ୍କରେ ଥିବା ହଜାର ହଜାର କ୍ଵିଣ୍ଟାଲ ଧାନ ବେନିୟମ ଭାବେ ଗଛିତ ରଖିଥିବା ଓ ମିଲର ମାନେ ନିଜ ନିଜ ସମ୍ପର୍କୀୟଙ୍କ ନାମ ରେ ପଞ୍ଜି କରଣ କରି ବେନିୟମ ଭାବେ ଗୋଛିତ ରଖିଥିବା ଧାନ ଗୁଡ଼ିକ ମଣ୍ଡି ରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭଯୋଗ ହୋଇଛି ତୁରନ୍ତ ଧାନ ଗୁଡ଼ିକ ଜବତ କଲେ ପ୍ରକୃତ ଚାଷୀ ମାନେ ମଣ୍ଡିରେ ଧାନ ଠିକ୍ ଭାବେ ବିକ୍ରି କରିପାରିବେ ବୋଲି ଏହାର ତଦନ୍ତ ପାଇଁ ଏକ ଲିଖିତ ଦାବି ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.