ସର୍ବଭାରତୀୟ ଓଡ଼ଗାଁ କପ୍ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ୨୦୨୨ଉଦଯାପିତ

0 2

ସୋନପୁର ରାମଧୁନ କ୍ଳବ ଚମ୍ପିୟାନ: ଭୁବନେଶ୍ୱର ଜଗା ୟୁନାଇଟେଡ ରନର୍ସଅପ

ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ୪ର୍ଥ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କ୍ଳବ ୨୦୨୨ ରବିବାର ଦିନ ଉଦଯାପିତ ହୋଇ ଯାଇଛି । ଆଜିର ଉଦଯାପନୀ ତଥା ଫାଇନାଲ ମ୍ୟାଚରେ ଜଗା ୟୁନାଇଟେଡ ଭୁବନେଶ୍ୱରକୁ ୨-୧ ଗୋଲରେ ହରାଇ ସୋନପୁର ରାମଧୁନ କ୍ଳବ ନଗଦ ୨୫ ହଜାର ଟଙ୍କା ଅର୍ଥ ପୁରସ୍କାର ସହିତ ଚମ୍ପିୟାନ ଟ୍ରଫି ହାସଲ କରିଥିବା ବେଳେ ଜଗା ୟୁନାଇଟେଡ ଭୁବନେଶ୍ୱରକୁ ରନର୍ସଅପ ଟ୍ରଫି ସହିତ ୧୫ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପାଇଥିଲେ । ଆଜି ଉଭୟ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିବା ବେଳେ ପ୍ରଥମାର୍ଦ୍ଧର ୧୬ ମିନିଟ ସମୟରେ ସୋନପୁର ରାମଧୁମ କ୍ଳବର ୮ ନମ୍ବର ଜର୍ସି ଲକି ଏକ ଗୋଲ ସ୍କୋର କରି ଖେଳର ପ୍ରତିଯୋଗିତାକୁ ବଢ଼ାଇ ଦେଇଥିଲେ । ପ୍ରତିପକ୍ଷ ଜଗାୟୁନାଇଟେଡ ଭୁବନେଶ୍ୱରର ଯୋରଜାର ପ୍ରୟାସ ବିଫଳ ହେଉଥିଲା । ଦିତୀୟାର୍ଦ୍ଧ ଖେଳର ୫ ମିନିଟ ସମୟରେ ସୋନପୁର ରାମଧୁମ କ୍ଳବର ୧୦ ନମ୍ବର ଜର୍ସି ମିଥୁନ ଆଉ ଏକ ଗୋଲ ସ୍କୋର କରି ୨-୦ ରେ ଅଗ୍ରଣୀ ହୋଇଥିଲେ । ହେଲେ ଖେଳର ୨୫ ମିନିଟ ସମୟରେ ଜଗା ୟୁନାଇଟେଡର ୧୫ ନମ୍ବର ଖେଳାଳି ଗୋପାଳ ସିଂ ଏକ ଗୋଲ ଦେଇ ସ୍ଥିତିକୁ ୨-୧ରେ ପହଁଚାଇବାରେ ସକ୍ଷମ ହୋଇଥିଲେ । ହେଲେ ଖେଳ ଶେଷ ପର୍ଯ୍ୟନ୍ତ ସ୍ଥିତି ବଜାୟ ରହିବାରୁ ସୋନପୁର ରାମଧୁନ କ୍ଳବ ବିଜୟ ହାସଲ କରିଥିବା ବେଳେ ଭୁବନେଶ୍ୱର ଜଗା ୟୁନାଇଟେଡ଼ ରନରସପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଆଜିର ଶ୍ରେଷ୍ଠ ଖେଳାଳି ଭାବେ ଚମ୍ପିୟାନ ଦଳର ୮ ନମ୍ବର ଜର୍ସି ଲକି ଏବଂ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ୧୦ ନମ୍ବର ଜର୍ସି ମିଥୁନ ପୁରସ୍କୃତ ହୋଇଥିଲେ ।

ଆଜିର ଖେଳକୁ ମୁଖ୍ୟ ରେଫରି ଭାବେ ସୁିଦିପ ଦାସ ପରିଚାଳନା କରିଥିବା ବେଳେ ବ୍ରହ୍ମାନନ୍ଦ ଭୋଇ ଓ ଏସକେ ମୁକିମ, ପ୍ରିୟବ୍ରତ ବାହିନିପତୀ ଲାଇନରେ ରହି ସହେଯାଗ କରିଥିଲେ । ଏଥିସହିତ ଆଜି ସକାଳେ ଓଡ଼ଗାଁ ବରିଷ୍ଠ ଓ ଯୁବ ଖେଳାଳି ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଭ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ସ୍ଥାନୀୟ ବିଦ୍ୟାଳୟ ଗୁଡିକରୁ ୫ଶହ ଛାତ୍ରଛାତ୍ରୀଙ୍କୁ ନେଇ ଉଦଘାଟନି ମ୍ୟାଚ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମାସଡ୍ରିଲ ଓ ନୃତ୍ୟ ପରିବେଷଣକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଓଡ଼ଗାଁ ଫୁଟବଲ କପର ସଭାପତି ତଥା ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ଜିଲ୍ଲାପରିସଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥିଙ୍କ ସହିତ ନୟାଗଡ଼ ଜିଲ୍ଲାର ତ୍ରିସ୍ତରୀୟ ପଂଚାୟତ ସ୍ତରୀୟ ପ୍ରମୁଖ ଜନ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ଆଜିର ଚମ୍ପିୟାନ ଦଳ ଓ ରନରସପ ଦଳକୁ ଉପସ୍ଥିତ ୩ ଜଣ ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳଙ୍କ ଦ୍ୱାରା ଚମ୍ପିୟାନ ଟ୍ରଫି ଓ ଅନ୍ୟ ପୁରସ୍କାର ଗୁଡିକୁ ପ୍ରଦାନ କରିଥିଲେ । ଆଜିର ଫାଇନାଲ ମ୍ୟାଚକୁ ଦେଖିବା ପାଇଁ ପ୍ରାୟ ୧୦ ହଜାର ଦର୍ଶକଙ୍କ ରୁଣ୍ଡ ହୋଇଥିବା ଦେଖାଯାଇଥିଲା ।

Leave A Reply

Your email address will not be published.