ବଣାଇଁ ରେ ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ଆରମ୍ଭ

0 2

ସୁନ୍ଦରଗଡ଼ /ବଣାଇଁ(ବସନ୍ତ କୁମାର ଜେନା): ହକି ବିଶ୍ଵକପ ଅବସରରେ ବଣାଇଁ ଉପଖଣ୍ଡରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆଜି ବଣାଇଁଗଡ଼ ମହାବିଦ୍ୟାଳୟ ପଡ଼ିଆଠାରେ ଆରମ୍ଭ ହୋଇଯାଇଛି। ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ସୁନ୍ଦର ଗଡ ର ପୁରପଲ୍ଲୀ ରେ ହକି ଖେଳ ଏକ ଅବିଛେଦ୍ୟ ଅଂଗ। ଏହି ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଦ୍ବାରା ବିଶ୍ବକପ ହକି ଖେଳର ପ୍ରସାର ବ୍ୟତୀତ ଅନ୍ୟ ଖେଳ ମାନଙ୍କୁ ବି ପ୍ରୋସାହନ ମିଳିବ।
ଏହି କାଯ୍ୟକ୍ରମ ରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବି ନାରାୟଣ ସାହୁ, ବଣାଇଁ ଉପଜିଲ୍ଲାପାଳ ଶ୍ରୀ ସୁରଂଜନ କୁମାର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କପ ପ୍ରୋତ୍ସାହିତ କରିଥିଲେ।
ଏହି ପ୍ରତିଯୋଗିତାରେ ବଣାଇଁ ଉପଖଣ୍ଡ ର ୨୧ଟି କଲେଜର ୭୦୦ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଆଜି ଛାତ୍ରଛାତ୍ରୀମାନଙ୍କ ଭିତରେ ଖୋଖୋ, ଭଲିବଲ ପ୍ରତିଯୋଗୀତା ଖେଳାଯାଇଥିଲା। ଖୋଖୋ ପ୍ରତିଯୋଗିତାର ବାଳକ ବର୍ଗ ର ଫାଇନାଲ ରେ ଇଏମଆରଏସ ଶରଦାପୁର ଚେମ୍ପିୟନ ହୋଇଥିବା ବେଳେ ବାବା ବାଣେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚାନ୍ଦିଲି ବିହାର ଉପବିଜେତା ହୋଇଛି। ସେହିପରି ବାଳିକା ବର୍ଗରେ ଯୋଗମାୟା ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ବଲାଣିପାଟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଝିରଡାପାଲି ପରାଜିତ କରି ବିଜୟୀ ହୋଇଛି। ଭଲିବଲ ବାଳକ ବର୍ଗରେ ଗୌରି ଆଇଟିଆଇ ବିଜେତା ଏବଂ ଯଦୁପତି ମହାବିଦ୍ୟାଳୟ ଶିହିଡିଆ, ଉପବିଜେତା ହୋଇଛି। ଭଲିବଲ ବାଳିକା ବର୍ଗ ରେ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଗୁରୁଣ୍ତିଆ (ସଏସଡି) , ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଗୋପନା( ଏସଏସଡି )କୁ ପରାଜିତ କରି ଚମ୍ପିୟନ ହୋଇଛି।

ଶୁକ୍ରବାର ଦିନ କବାଡ଼ି ଏବଂ ଶେଷଦିନ ଦୌଡ଼କୁଦ, ହାଇଜମ୍ପ, ଲଙ୍ଗଜମ୍ପ, ଜ୍ୟାଭଲିନ ଏବଂ ଡିସକସ୍ ଥ୍ରୋ ଆଦି ପ୍ରତିଯୋଗିତା କରାଯିବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।
ଅନ୍ୟ ଅତିଥି ମାନଙ୍କ ମଧ୍ଯରେ କୋଇଡ଼ା ଜିଲ୍ଲାପରିଷଦ ସଦସ୍ୟ ଶ୍ରୀମତୀ ସୁଶୀଳା ମୁଣ୍ଡା, ଏସଡିପିଓ ଶ୍ରୀଯୁକ୍ତ ସ୍ୱରାଜ କୁମାର ଦେବତା, ଏସଡିଏମଓ ଡାକ୍ତର ଭୋଳେଶ୍ବର ପ୍ରଧାନ, ବିଡିଓ ସ୍ବଦୀପ କୁମାର ଟପ୍ପୋ, ତହସିଲଦାର ହାବିଲ ଖାଖା , ଡେପୁଟି କଲେକ୍ଟର ସୁଶ୍ରୀ ପ୍ରଧାନ,ବଣାଇଁ ମହାବିଦ୍ୟାଳୟ ର ଅଧ୍ଯକ୍ଷ ଜେନାମଣି ସାହୁ ସମେତ ବିଭିନ୍ନ କଲେଜ ର ଅଧ୍ଯକ୍ଷ ତଥା ଅଧ୍ଯାପକ ଉପସ୍ଥିତ ଥିଲେ। ପଂଚାୟତ ସମିତି ଉଚ୍ଚ ମାଧ୍ଯମିକ ,ଗୁରୁଣ୍ତି ଆ ଅଧ୍ୟାପକ ତପନ କୁମାର ଦଣ୍ଡିଆ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।

Leave A Reply

Your email address will not be published.