ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଦିବସ ପାଲିତ ।

0

ପଦ୍ମପୁର/ Nila Deep -ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ଗୁରୁଦିବସ ପାଳିତ ହୋଇଯାଇଛି ।ଶିଶୁମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାମନାରାୟଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ସହ ତୁଳନା କରିବା ସହ ଗୁରୁଙ୍କ ଆର୍ଶୀବାଦ ବିନା କାହାରି ଉନ୍ନତି ସମ୍ଭବପର ନୁହେଁ ତଥା ରାଧାକ୍ରିଷ୍ଣଙ୍କ ମାର୍ଗକୁ ଅନୁସରଣ କରିବା ପାଇଁ ଚୁମ୍ବକୀୟ ବକ୍ତବ୍ୟ ଦ୍ବାରା ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ରଞ୍ଜିତା ଗୁରୁମା ସଂଯୋଜନା କରିଥିବା ବେଳେ ସତ୍ୟ ଗୁରୁଜୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅଶ୍ବନୀ ଗୁରୁଜୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରଦୀପ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଅପରପକ୍ଷରେ ବିଦ୍ୟାମନ୍ଦିର ପରିସରରେ ଅଧ୍ୟାପକ ତଥା ନାଟ୍ୟକାର କେଶରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ୨୪ଟି ଗୁରୁଙ୍କ ବିଷୟରେ ଶିଶୁ ମାନଙ୍କୁ ବର୍ଣ୍ଣନା କରିଥିଲେ ।ଚୈତନ୍ୟ ଗୁରୁଜୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ଇପସିତା ଭଉଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଦେବରାଜ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.