ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରୋଟେକ୍ସନ କାଉନସିଲର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି।
୧୯୪୮ ମସିହାରୁ ଡ଼ିସେମ୍ବର ୧୦ ତାରିଖରେ ବିଶ୍ୱ ମାନବ ଅଧିକାର ଦିନ ରୂପେ ପାଳନ କରାଯାଉଛି। ତେବେ ଆଜି ଦିନର ବିଶେଷତ୍ୱ କଣ ରହିଛି? କାହିଁକି ଆଜି ଦିନକୁ ପାଳନ କରାଯଉଛି ? ଏମିତି ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରୋଟେକ୍ସନ କାଉନସିଲର ଅଧ୍ୟକ୍ଷ ଡ଼ଃ.ଆଲୋକ କୁମାର ବୋଷ୍। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରୋଟେକ୍ସନ କାଉନସିଲର ମୁଖ୍ୟ କାର୍ଯ୍ୟାଳୟରେ ମାନବ ଅଧିକାର କର୍ମୀଙ୍କୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ଼ଃ ଆଲୋକ କୁମାର ବୋଷ , ଜାତୀୟ ଅଧ୍ୟକ୍ଷ , ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରୋଟେକ୍ସନ କାଉନସିଲ , ଭାରତ। ମୁଖ୍ୟ ବକ୍ତା ଶ୍ରୀ ମୋନଜ କୁମାର ପାଣି , ଓଡ଼ିଶା ପ୍ରଭାରୀ ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରୋଟେକ୍ସନ କାଉନସିଲ , ସମ୍ମାନୀୟ ଅତିଥି ଶ୍ରୀ ରାମଚନ୍ଦ୍ର ପାଢ଼ୀ , ବରିଷ୍ଠ ନାଗରିକ ଅଧିକାରୀ , ଗଜପତି, ଶ୍ରୀ ଜ୍ଞାନରଞ୍ଜନ ଜେନା , ସଭାପତି , ଗଜପତି ଓ ଶ୍ରୀ ଏଲ.ଏ.ଡି ପ୍ରସାଦ ରାଉଳ , ଲୋକ ସୂଚନା ଅଧିକାରୀ , ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରୋଟେକ୍ସନ କାଉନସିଲ , ଗଜପତି ଉପସ୍ଥିତ ଥିଲେ।
ଡ଼ଃ ଆଲୋକ ବୋଷ କହିଛନ୍ତି ଯେ ଜୀବନରେ , ସ୍ୱାଧୀନ , ବରାବର , ସମ୍ମାନ ପାଇବା ଅଧିକାର କୁ ମାନବ ଅଧିକାର କୁହାଯାଏ। ସବୁ ମନୁଷ୍ୟ ସମାନ ଭାବେ ବଞ୍ଚିବା , ସମସ୍ତ ସୁବିଧା ସୁଯୋଗ ପାଇବା ସମସ୍ତଙ୍କ ଅଧିକାର ରହିଛି ଯଦି ଏହାକୁ ଛଡେଇନେବାକୁ ଚାହୁଁଚି ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତାଳନ କରିବା ବି ସମସ୍ତଙ୍କର ଅଧିକାର ବୋଲି କହିଛନ୍ତି।
ଶ୍ରୀ ମୋନଜ କମାର ପାଣି କହିଛନ୍ତି ଯେ ଯେତେଦିନ ଯାଏଁ ଗ୍ରାମ ଗ୍ରାମରେ ସଚେତନରା କାର୍ଯ୍ୟକ୍ରମ ନ କରାଯିବ ସେତେଦିନ ଯାଏ , ଲୋକଙ୍କ ଭିତରେ ଆଲୋଚନା ନ କରାଯାଏ ସେତେଦିନ ଯାଏ ଲୋକଙ୍କ ମନରେ ମାନବ ଅଧିକାର ଉପରେ ପ୍ରଶ୍ନବାଚୀ ହୋଇଯିବ। ସମସ୍ତେ ନିଜ ନିଜ ମତ ରଖିବା ବେଳେ ଶ୍ରୀ ରାଉଳ ବାବୁ ଏକ ସୁନ୍ଦର କଥାକହି ଥିଲେ ଯେ ଆମ ସମସ୍ତେ ମିଳିମିଶି ଏକତା ସହ ଲୋକଙ୍କ ଅସହାୟ ସମୟରେ ଠିଆ ହୋଇ ଆଶା ର କିରଣ ବିଶ୍ୱାସରେ ପରିଣତ କରିବା। ଶ୍ରୀ ପାଢ଼ୀ ବାବୁ କହିଥିଲେ ଯେ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା କେମିତି ଦିଆଯାଇପାରିବ ଏବଂ ଶ୍ରୀ ଜ୍ଞାନରଞ୍ଜନ ଜେନା ଆଲୋଚନା କରିଥଲେ ଯେ ଆମ୍ଭ ଅନୁଷ୍ଠାନ ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରୋଟେକ୍ସନ କାଉନସିଲ , ପ୍ରୋଟେକ୍ସନ ମାନେ ସୁରକ୍ଷା। ଆମ୍ଭେ ଅସହାୟ ଲୋକଙ୍କୁ ସୁରକ୍ଷା ଦେଇ ନିଜ ଅଧିକାର ପାଇବାରେ ସହାୟତା ହାତ ବଢ଼ାଇବା ଏବଂ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟଙ୍କୁ ସଦସ୍ୟତା ପତ୍ର ପ୍ରଦାନ କରାଯାଇଥିଲା।
ଉକ୍ତ ସଭାରେ ଗିରିସ ପାଢ଼ୀ , ଦିଲ୍ଲୀପ ତନ୍ତୀ , ଜଗତ ସାହୁ , ଆହ୍ୱାନ ନାୟକ , ପ୍ରଦ୍ୟୁମ୍ନ ପ୍ରଧାନ , ସଲିମ ଲିମା , ଲିଲି ସାହୁ , ସୁନିତା ପାଢ଼ୀ , ବିୟୁଟି ଲିମା , କୁନି ବିରୋ , ତେଜସ୍ୱୀନୀ ଜେନା , ଦିନି ଭୁୟାଁ ସହ ଅନ୍ୟ କର୍ମୀ ଉପସ୍ଥିତ ଥିଲେ। ଶେଷରେ ମୋହନ ମିସାଲ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post