ମାଣବସା ଲକ୍ଷ୍ମୀ ପୂଜା ଭାଷାଣି ଉତ୍ସବଆଡମ୍ବରରେ ପାଳିତ।

0

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ହନୁମାନ କ୍ଳବ ପକ୍ଷରୁ ହନୁମାନ ମନ୍ଦିର ନିକଟରେ କରାଯାଇଥିବା ମାର୍ଗଶିର ମାସ ମାଣବସା ଲକ୍ଷ୍ମୀ ପୂଜାର ଭାଷାଣି ଉତ୍ସବଆଡମ୍ବରରେ କରାଯାଇଛି । ଆଜି ସକାଳୁ ପୂଜକ ଲାରା ମିଶ୍ର ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ପୂର୍ଣ୍ଣାହୁତି କରି ବିସର୍ଜନ ପୂଜା ଶେଷ କରିଥିଲେ ।ନଭେମ୍ବର ୩୦ତାରିଖରୁ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ପାୟ ୧୧ଦିନ ଧରି ଧୂଁମଧାମ ରେ ପୂଜା କରିବା ସମୟରେ ପୂଜା କମିଟି ପକ୍ଷରୁ ୨୦୨୨ଟି ଦୀପ ଯଜ୍ଞ ଓ ପ୍ରାୟ ୨ହଜାରଗରିବ ଲୋକଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟନ କରିଥିଲେ ।୩ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସାସ୍କୃତିକ କାର୍ଯ୍ୟକ୍ରମ ଭାବରେ ଅପେରା ମାୟା ନଗରୀ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ହନୁମାନ କ୍ଳବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମିଳିତରେ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ବାଜା ବଜାଇ ନାଚଗୀତ ରେ ବାଣ ଫୁଟାଇ ଗ୍ରାମ ପରିକ୍ରମା କରି ବିସର୍ଜନ କରିଥିଲେ ।ଏଥିରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.