ରାୟଗଡ/କାଶୀପୁର ରୁ ସୋରଜ ସାହୁ ସହ ବୈକୁଣ୍ଠ ଦୁରିଆ – ସ୍ଥାନୀୟ ଲୟନ୍ସ କ୍ଲବର ସମ୍ମିଳନୀ କକ୍ଷରେ ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଜିଲ୍ଲା ଶାଖାର ଷଷ୍ଠ ତମ ବାର୍ଷିକ ଉତ୍ସାବ ପାଳନ ହୋଇଯାଇଛି । ରାୟଗଡ ଜିଲ୍ଲା ଶାଖାର ସଭାପତି ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାୟଗଡ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଲେଖକ, ସ୍ତମ୍ଭକାର, ଡିଡି ନ୍ୟୁଜ ଓ ଆକାଶବାଣୀର ଉଦଘୋଷକ ଶ୍ରୀ ବଳଭଦ୍ର ରଥ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଶ୍ରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅବସରପ୍ରାପ୍ତ ଅଧିକାରୀ ଶ୍ରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ପ୍ରମୂଖ ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ଓ ସେମାନେ କେଉଁ ପରିସ୍ଥିତିରେ ସମ୍ବାଦ ସଂଗ୍ରହ କରୁଛନ୍ତି ପ୍ରକାଶ କରିବା ସହ କୋଣ ଅନୁକୋଣରେ ଲୁକାୟିତ ଖବର ଲୋକଲୋଚନ ରେ ପ୍ରକାଶ କରି ପ୍ରଶାସନ ଓ ସରକାରଙ୍କର ଦୃଷ୍ଟି ଆକର୍ଷଣ କରୁଥିବା ପ୍ରକାଶ କରିଥିଲେ । ସାମ୍ବାଦିକ ମାନେ ରାତିଦିନ ଖରା ହେଉଅବା ବର୍ଷା ଶୀତକୁ ଖାତିରି ନକରି ଖବର ପରିବେଷଣ କରୁଥିବା କହିଥିଲେ । ତେଣୁ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସଦସ୍ୟ ମାନେ ସାମ୍ବାଦିକତା ସହ କରାଯାଉଥିବା ବିଭିନ୍ନ ସାମାଜିକ ଗୁଡିକର ଭୁୟସୀ ପ୍ରଶଂସା କରିଥିଲେ । ରାୟଗଡ ଶାଖାର ସଭାପତି ନିଜ ଅଭିଭାଷଣରେ ସାମ୍ବାଦିକ ମାନଙ୍କର ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହିଅବସରରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏବଂ ବିଗତ ଦିନ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲାରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍ତମ ମହିଳା ବନରକ୍ଷୀ ଶ୍ରୀମତୀ ଶର୍ମିଷ୍ଠା ବଡ଼ଜେନା, ସମାଜସେବୀ ଶ୍ରୀମତୀ ସେନାପତି ସନ୍ତୋଷି, ସମାଜସେବୀ ଶ୍ରୀ ଅମରେନ୍ଦ୍ର ନାଥ, ଦିବ୍ୟାଙ୍ଗ ଆନ୍ତର୍ଜାତୀୟ କ୍ରୀଡ଼ାବିତ ଶ୍ରୀ ଏଲ. ରମେଶ କୁମାରଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଉତ୍ତରୀୟ ଓ ସିଲ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା । ବାର୍ଷିକ ଉତ୍ସବରେ ହୋଇଥିବା ସଭା କାର୍ଯ୍ୟକ୍ରମକୁ ଉପସ୍ଥାପିକା ସୁଶ୍ରୀ ଶ୍ରେୟା ପଣ୍ଡା ଓ ଉପଦେଷ୍ଟା ଦୟାନନ୍ଦ ଖାଡାଙ୍ଗା ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଦୀପକ କୁମାର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହିଅବସରରେ ସାମ୍ବାଦିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ରାୟଗଡ ଜିଲ୍ଲା ଶାଖାର ସମ୍ପାଦକ ମନୋଜ କୁମାର ସାହୁ, ବୈକୁଣ୍ଠ ନାଥ ଦୁରିଆ, ହରି ନାରାୟଣ ଦାସ, ଶ୍ରୀନାଥ ତାଡିଙ୍ଗି, ମନରଞ୍ଜନ ବିଶ୍ୱାଳ, ରୋହିତ ଜେନା, ହାନି, ସନ୍ତୋଷ ଲମତା, ପ୍ରଦୀପ କୁମାର ଦଳାଇ, ମଣ୍ଟୁ ଦଣ୍ଡସେନା, ରଞ୍ଜିତ ପାଢ଼ୀ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.