ବରଗଡ :- ପଦ୍ମପୁର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ନେଇ ଦୀର୍ଘ ଦିନ ହେଲା ଏ ଅଞ୍ଚଳର ଜନତା ଦାବି କରିଆସୁଛନ୍ତି । ଉପନିର୍ବାଚନ ପୂର୍ବରୁପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆନ୍ଦୋଳନ ମଧ୍ୟ କରାଯାଇଥିଲା । ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଯାଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ଆନ୍ଦୋଳନ ରତ ଜନସାଧାରଣ ଙ୍କର ସହିତ ଆଲୋଚନା କରି ଏହି ସମ୍ବେଦନଶୀଳ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଙ୍କର ସହିତ ଆଲୋଚନା କରିବାର ପରାମର୍ଶ ଦେଇଥିଲେ । ଏହାପରେ ଆନ୍ଦୋଳନ କରି ମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଙ୍କର ସହିତ ଆଲୋଚନା କରିଥିଲେ । ବିଜୁ ଜନତା ଦଳର ସଭାପତି ଭାବରେ ନବୀନ ପଟ୍ଟନାୟକ ଆଶ୍ୱାସନା ଦେଇ କହିଥିଲେ ଯେ ଆସନ୍ତା ଡ଼ିସେମ୍ବର 31ତାରିଖ 2023 ତାରିଖ ସୁଦ୍ଧା ପଦ୍ମପୁର କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ସମସ୍ତ ପ୍ରକ୍ରିୟା ସମ୍ପାଦନ କରାଯିବ । ଏହାପରେ ଆନ୍ଦୋଳନ କାରୀ ମାନେ ଆନ୍ଦୋଳନ କୁ ସ୍ଥଗିତ କରିଥିବା ବେଳେ ଏହାକୁ ବିରୋଧୀ ମାନେ ସରକାର ଙ୍କର ଫମ୍ପା ପ୍ରତିଶ୍ରୁତି ବୋଲି କହିବା ସହିତ ଅନେକ ପ୍ରକାର ଅପପ୍ରଚାର କରୁଥିଲେ । ଆଜି ନିଜର ଦଳୀୟ ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ପାଇଁ ପଦ୍ମପୁର ଅଞ୍ଚଳରେ ପ୍ରଚାର ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ ପଦ୍ମପୁର କୁ ଜିଲ୍ଲା ମାନ୍ୟତା ଦାବି ନେଇ ବିଜୁ ଜନତା ଦଳର ପ୍ରତିଶ୍ରୁତି ଉପରେ ବିରୋଧୀ ମାନଙ୍କର ଅପପ୍ରଚାର ଉପରେ କଡା ଜବାବ ଦେଇଛନ୍ତି । ନିଜର ଅଭିଭାଷଣରେ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପଦ୍ମପୁର ଜିଲ୍ଲା ଆପଣ ମାନଙ୍କର ଦାବି ଥିଲା । 2023 ସୁଦ୍ଧା ଆପଣ ମାନଙ୍କର ସ୍ୱପ୍ନ ସାକାର ହବ । ମୁଖ୍ୟମନ୍ତ୍ରୀ ଙ୍କର ପାଟିରୁ ଏହି ପଦଟି ଶୁଣିବା ପରେ ସମାବେଶରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା ।
Sign in
Sign in
Recover your password.
A password will be e-mailed to you.