ଜଗତସିଂହପୁର / ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ପଂଚାୟତ ମାଛଗାଁ ର ଶିବଚରଣ ଦାସଙ୍କ ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟ ଓ ସହଯୋଗ ର ହାତ ବଢ଼େଇଚି ସେବା ଫାଉଣ୍ଡେସନ ଶିବଚରଣ ଦାସ ଦିନ, ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ ସ୍ତ୍ରୀ,7 ବର୍ଷ ର ପୁଅ ଓ ବୁଢ଼ୀ ମା ଙ୍କୁ ନେଇ ପରିବାର କିଛି ଦିନ ହେବ ଶିବଚରଣ ଙ୍କ ଦେହ ଅସୁସ୍ଥ ହେବାରୁ ପାଖରେ ଅର୍ଥ ନଥିବାରୁ ମେଡିକାଲ ଯାଇ ପାରିନଥିଲେ ଗ୍ରାମବାସୀ ସାହାଯ୍ୟ ଓ ସହଯୋଗ ରେ ମେଡିକାଲ ଯାଇଥିଲେ କିନ୍ତୁ କିଛିଦିନ ଚିକିତ୍ସା ପରେ ଶିବଚରଣ ମୃତ୍ୟୁ ପରେ ପୁରା ପରିବାର ଭାଙ୍ଗି ପଡିଥିଲା ବେଳେ ଶୁଦ୍ଧି କ୍ରିୟା କେମିତି କରିବେ ବୋଲି ଚିନ୍ତା ରେ ପରିବାର ଥିଲା ବେଳେ ଏ ବିଷୟରେ ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର ଜାଣିବା ପରେ ଶୁଦ୍ଧିକ୍ରିୟା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ସେବା ଫାଉଣ୍ଡେସନ ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କ ସାହାଯ୍ୟ ରେ ଆଜି ତାଙ୍କ ପରିବାର କୁ ଶୁଦ୍ଧିକ୍ରିୟା ପାଇଁ ସାତହଜାର ଏକସହ ଏଗାରଟଙ୍କା ପ୍ରଦାନ କରିଛନ୍ତି ସେବା ଫାଉଣ୍ଡେସନ ସମ୍ପାଦକ ସମ୍ବିତ କୁମାର ପାଇଟାଳ ଏହି କାର୍ଯ୍ୟକ୍ରମ ରେ ସେବା ଫାଉଣ୍ଡେସନ ତରଫରୁ ରାକେଶ ପରିଡା , ସୁଦାମ ଦଳେଇ, ଇଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.