ଡ଼ ସାମନ୍ତଙ୍କ ମାର୍ଗଦର୍ଶନ ଓ ପ୍ରେରଣା ମୋତେ ଏ ସଫଳତା ଆଣି ଦେଇଛି ;  ଦୂତୀ

0

ଭୁବନେଶ୍ୱର, (କୁମାର ଅଭିଶେଖ ) : “ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଯୋଗୁଁ ମୁଁ ଆଜି ଯେଉଁ ସଫଳତା ପାଇଁ ତାର ଶ୍ରେୟ ଆପଣମାନଙ୍କର । ଏହି ସଫଳତା ପାଇବା ପାଇଁ ମୋତେ ପିଲାଟି ଦିନରୁ ସଂଘର୍ଷ କରିବାକୁ ପଡ଼ିଥିଲା । ଜୀବନରେ ଯେତେ ଘାତ ଓ ପ୍ରତିଘାତ ଆସିଥିଲେ ମଧ୍ୟ ମୁଁ କେବେ ବି ମୋର ଲକ୍ଷ୍ୟ ପଥରୁ ବିଚୁ୍ୟତ ହୋଇନାହିଁ । ମୋ ପଛରେ ମୋର ମାର୍ଗଦର୍ଶକ ଭାବେ ଶ୍ରୀ ସାମନ୍ତ ସର୍ବଦା ମୋତେ ଉତ୍ସାହିତ ଓ ପ୍ରୋତ୍ସାହିତ କରିଆସିଛନ୍ତି । ମୋ ଜୀବନର ସବୁଠୁ ବଡ଼ କଠିନ ଓ ଯନ୍ତ୍ରଣାଦାୟକ ସମୟରେ ଶ୍ରୀ ସାମନ୍ତ ମୋ ପଛରେ ଦୃଢ଼ ଭାବରେ ଠିଆ ହୋଇଥିଲେ । ସେତେବେଳେ ତାଙ୍କର ଉପଦେଶ ଓ ମାର୍ଗଦର୍ଶନ ହିଁ  ମୋ ମନୋବଳକୁ ଦୃଢ଼ କରିଥିଲା, ଯାହା ଫଳରେ ମୁଁ ଆଜି ଏହି ସଫଳତା ପାଇ ପାରିଛି ବୋଲି କହିଛନ୍ତି ସଉଦାରାଣୀ ଦୁତି ଚାନ୍ଦ ।

 ଦୌଡ଼ରାଣୀ ତଥା କିଟ୍‍ ଛାତ୍ରୀ ଦୂତୀ ଚାନ୍ଦଙ୍କୁ ସୋମବାର ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କହିଲେ, ଦୃଢ଼ ଇଚ୍ଛାଶକ୍ତି ଓ ସଂକଳ୍ପ ସଫଳତା ଆଣି ଦେଇପାରେ । ଏହି ଦୃଢ଼ ଇଚ୍ଛଶକ୍ତି, ସଂକଳ୍ପ ଓ କଠିନ ପରିଶ୍ରମ ଯୋଗୁଁ ଦୂତୀ ଆଜି ସଫଳତା ପାଇ ପାରିଛନ୍ତି । ଦୂତୀଙ୍କୁ ପରାମର୍ଶ ଦେବା ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ୍‍ କହିଲେ, କେବେ ବି ଅନ୍ୟ ପ୍ରତି ଅସୂୟା ଭାବ ରଖିବ ନାହିଁ କିମ୍ବା ଅନ୍ୟକୁ ନକଲ କରିବ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ସାଂସଦ ଅନୁଭବ ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ତଥା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଦିଲିପ ତିର୍କୀ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ଓ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନସଚିବ ବିଶାଳ ଦେବ ପ୍ରମୁଖ ଯୋଗ ଦେଇ ଦୂତୀଙ୍କୁ ସମ୍ବର୍ଦ୍ଧନା ଦେବା ସହ ଦୂତୀଙ୍କ ପଛରେ ସମଗ୍ର ଓଡ଼ିଆଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ରହିଆସିଛି । ଏହି ଉତ୍ସବରେ ଅଧ୍ୟକ୍ଷତା କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ  ସାମନ୍ତ କହିଲେ, ଏକ ଅତି ଗରିବ ପରିବାରରୁ ଆସିଥିବା ଦୂତୀ ନିଜର ନିଷ୍ଠା  ଓ ଦୃଢ଼ ମନୋବଳ ଯୋଗୁଁ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ତଥା ଦେଶକୁ ଆନ୍ତର୍ଜାତୀୟସ୍ତରରେ ଗୌରବ ଆଣି ଦେଇଛନ୍ତି । ଦୂତୀଙ୍କ ଏହି ଦୃଢ଼ ମନୋବଳ ଏବଂ କଠିନ ପରିଶ୍ରମ ତାଙ୍କୁ ଆଗାମୀ ଅଲିମ୍ପିକ୍‍ସରେ ନିଶ୍ଚିତ ରୂପେ ସଫଳତା ଆଣିଦେବ ବୋଲି ସେ କହିଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ୍‍ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ସହ ବିଭିନ୍ନ ଅନୁଷ୍ଠାନ  ଓ ବ୍ୟକ୍ତି ବିଶେଷ ମଧ୍ୟ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

      ଦୌଡରେ ଦୁଇଟି ରୌପ୍ୟ ପଦକ ନେଇ ଓଡିଶା ଫେରିବା ପରେ ଆୟୋଜିତ ଏହି  ସମ୍ବର୍ଧନା  କାର୍ଯ୍ୟକ୍ରମରେ ଦୂତୀ ଆହୁରି ମଧ୍ୟ କହିଥିଲେ ଯେ,   ମୋ ସଫଳତା ପଛରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ରହିଛି । ରାଜ୍ୟ ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ କେବେ ବି ଭୁଲି ହେବନାହିଁ ବୋଲି ସେ କହିଥିଲେ । ଜଣେ ଆଥ୍‍ଲେଟ୍‍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବା ଭାରତବର୍ଷରେ ପ୍ରଥମ ବୋଲି ସେ କହିଥିଲେ । ଏହା ସହ ସେ ସମସ୍ତଙ୍କ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.