ବଲାଙ୍ଗିର(ସୁନୀଲ ବେହେରା)- ବଲାଙ୍ଗିର ଜିଲ୍ଲା “ଉଇ କେନ୍” ପରିବାର ତରଫରୁ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ କାର୍ଯ୍ୟାଳୟ ପରିସରେ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ଏକ ବୈଠକରେ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ, ମୁଖ୍ୟଅତିଥି ଭାବରେ ସହକାରୀ ଜିଲ୍ଲାପାଳ ଟିଟିଲାଗଡ ଦେବାଶିଷ ସାମଲ, ମୁଖ୍ୟବକ୍ତା ବଲାଙ୍ଗିର ଟଙ୍ଗିଆଜାମ ସଭାପତି ଗୋପାଲ ଚନ୍ଦ୍ର ହୋତା, ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ ଉପଖଣ୍ଡ କାରଗାର ଅଧିକାରୀ ଆଲୋକ କୁମାର କର, ଟିଟିଲାଗଡ ଥାନା ଅଧିକାରୀ ବିଜୟାନନ୍ଦ କରକରା ଓ ସଇଁନ୍ତଲା ଥାନା ଅଧିକାରୀ ଅବନୀ କୁମାର ସାହୁ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଉଇକେନ ପରିବାରର ବରିଷ୍ଠ ସଦସ୍ୟ ବିରଂଚି ମିଶ୍ର ଉଇକେନର ଲକ୍ଷ ଓ ଉଦେ୍ଧଶ୍ୟ ଉପରେ ଆଲୋକପାତ କରିଥିଲେ, ପରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ କାର୍ଯ୍ୟଳୟ ପରିସର ସଫେଇ ଓ ସୋ÷÷ନ୍ଦର୍ଯ୍ୟବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ପ୍ରାୟ ୮୦ଗୋଟି ବୃକ୍ଷରୋପଣ କରାଗଲା । “ଉଇ କେନ୍”ର ପରିବାର ସଦସ୍ୟ ରାମ ନାରାୟଣ ଦାଶ, ଗୋପେଶ ପଣ୍ଡା, ମୀନକେତନ ଡାଙ୍ଗ, ସଂଜିବ କୁମାର ଦାଶ, ଟିଟୁ ଭୋଇ, ବିରଞ୍ଚô ମିଶ୍ର, କୁଳମଣି ଯୋଷୀ, ପୋଲିସ କର୍ମ·ରୀ ପ୍ରଭୁଦତ୍ତ ବିଶ୍ୱାଲ, ଅନୁସୟା ନାଏକ, ଜହର୍ ଆବେଦୀନ, ଭିକାରୀ ଚରଣ ପଟେଲ, ଝସକେତନ ପୋଡ, ଚୈତନ୍ୟ ବାଗ, ପ୍ରଦୀପ କୁମାର ପାଢୀ, ଦିଲିପ କୁମାର ମହାରଣା, ସୁରେଶ ଜାଲ ତଥା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ରେଡକ୍ରସ ଜୁନିୟର ବିଶେଷ ଭାବରେ ସହଯୋଗ କରିଥିଲେ । ସଭା କାର୍ଯ୍ୟ ରାମ ନାରାୟଣ ଦାଶ ପରି·ଳନା କରିଥିବା ବେଳେ ସଂଜିବ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।