ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ କୁ ଦୃଷ୍ଟିରେ ରଖି ପାଇକମାଲ ଅବକାରୀ ଥାନାଞ୍ଚଳ ର ବିଭିନ୍ନ ଗ୍ରାମ ରୁ ଖଇରା, ପଲସଦା, ଖଣ୍ଡସୀବାଞ୍ଜି ଏବଂ ତେତେଲଖୁଣ୍ଟି ଗ୍ରାମ ମାନଙ୍କ ରୁ ବିପୁଳ ପରିମାଣ ର ମହୁଳ ପୋଚ ଓ ହାତ ରନ୍ଧା ତିଆରି ମଦ ଜବତ କରାଯିବା ସହ ଘଟଣା ରେ ଚାରି ଜଣଙ୍କୁ ଗିରଫ କରାଯାଇଛି l ବରଗଡ଼ ଅବକାରୀ ଅଧିକ୍ଷକ ସୁବନ ନାଏକ ଙ୍କ ନିର୍ଦେଶ କ୍ରମେ ସମ୍ବଲପୁର ଭ୍ରାମ୍ୟମାଣ ମୋବାଇଲ ସ୍କ୍ୱାଡ଼, ପାଇକମାଲ ଅବକାରୀ ଥାନା ଅଧିକାରୀ ରାଜକୁମାର ବେହେରା ଙ୍କ ନେତୃତ୍ୱ ରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନ କୁ ଚଢ଼ାଉ କରି 1800 ଲିଟର ମହୁଳ ପୋଚ, ଅପମିଶ୍ରିତ ମଦ 400 ଲିଟର ଜବତ କରି ସମସ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି l ଚଢ଼ଉ ରେ ପଦ୍ମମପୁର ଅବକାରୀ ସବଇନିସ୍ପେକଟର ଏଚ ଜଗାରାଓ, ସମରଜିତ ଦାଶ, ଟି ମଣ୍ଡଳ, ବିଜୟ ପାଣିଗ୍ରାହୀ ପ୍ରମୁଖ ବରଗଡ଼ ଓ ସମ୍ବଲପୁର ଅବକାରୀ ଟିମ ସାମିଲ ଥିଲେ l
Sign in
Sign in
Recover your password.
A password will be e-mailed to you.