ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ପାଇଁ ଦେବତା ସାଜିଲେ ହରପ୍ରସାଦ

0

 କାଶିପୁର/ଟିକିରି ରୁ ବୈକୁଣ୍ଠ ଦୁରିଆ: ଆଜି ସାରା ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ପ୍ରସ୍ତୁତ ହୋଇ ନିଜ ନିଜ ପରୀକ୍ଷା କେନ୍ଦ୍ର କୁ ଯିବା ପାଇଁ ବାହାରି ଥିଲେ ହେଲେ ନିଜ ବିଦ୍ୟାଳୟ ରୁ ଅନ୍ୟ ବିଦ୍ୟାଳୟ କୁ ଯିବା ପାଇଁ ସବୁ ସମୟରେ ଛାତ୍ର ଛାତ୍ରୀ ମାନେ ଅସୁବିଧା ସମୁଖୀନ ହେଉଛନ୍ତି। ସେହି ଭଳି ଆଜି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ନିଜ ପରୀକ୍ଷା କେନ୍ଦ୍ର ଯିବା ପାଇଁ ବହୁତ ଅସୁବିଧାର ହେଉଥିବା ଦେଖି ତୁରନ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କମଳଲୋଚନ ଖରାଙ୍କ ସହ କଥା ହୋଇ ତୁରନ୍ତ ଗୋଟିଏ ବସ୍ ର ବ୍ୟବସ୍ଥା କରିଥିଲେ ଏହା ପରେ ସେହି ବସ୍ ରେ ଯିବା ସମୟରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଗୋଟିଏ ଲେଖାଏଁ କଲମ ଦେଇ ବିଦାୟ ଦେଇଥିଲେ ।ସେହି ଭଳି ଦଶମ ଶ୍ରେଣୀ ର ପରୀକ୍ଷା ସରିବା ଯାଇ ଟିକିରି ର ହାଇସ୍କୁଲ ର ଦଶମ ଶ୍ରେଣୀ ର ପିଲା ମାନଙ୍କୁ ନିତି ଦିନ ନିଆଁ ଅଣା କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ହରପ୍ରସାଦ ନାୟକ ପୂର୍ବ ବର୍ଷ ମଧ୍ୟ ଏହିପରି ଗାଡ଼ିର ବ୍ୟବସ୍ଥା କରିଥିଲେ । ହରପ୍ରସାଦ କହିବା ଅନୁଯାୟୀ ଛାତ୍ର ଛାତ୍ରୀ ମାନେ ହେଉଛନ୍ତି ଦେଶର ଭବିଷ୍ୟତ । କରଣ ଏହି ହାଇସ୍କୁଲ ରେ ବହୁତ ଗରିବ ଶ୍ରେଣୀର ର ପିଲା ମଧ୍ୟ ପଢ଼ୁଛନ୍ତି ସେହି ମାନଙ୍କୁ ଏହି ପରୀକ୍ଷା ସମୟରେ ଯେମିତି ଯିବା ଆସିବା ରେ କୈାଣସି ଅସୁବିଧା ନ ହେଉ ବୋଲି ତାଙ୍କର ମୁଳ ଉଦେଶ୍ୟ ବୋଲି କହିଛନ୍ତି। ଏହି ପରି କାମ କରି ଏବେ କାଶିପୁର ବ୍ଲକ ରେ ହରପ୍ରସାଦ ନାୟକ ଚର୍ଚ୍ଚାରେ ଅଛନ୍ତି |

Leave A Reply

Your email address will not be published.