ଜୀବନକୁ ବାଜି ଲଗାଇ ଶିଶୁ ଙ୍କ ଜୀବନ ବଞ୍ଚାଇଥିବା ଅଙ୍ଗନୱାଡି କର୍ମୀ ଓ ପାଚିକାଙ୍କୁ ସମ୍ବର୍ଦ୍ଧିତ କଲେ ଅଙ୍କିତ ପ୍ରତାପ

0

 (ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ଅଙ୍ଗନୱାଡି କେନ୍ଦ୍ର-2 ରେ ଗତ 11 ତାରିଖ ଦିନ 20 ଜଣରୁ ଉର୍ଦ୍ଧ କୋମଳମତୀ ଶିଶୁ ପାଠ ପଢା ଯାଉଥିବା ବେଳେ ସେହି ସମୟରେ ଗ୍ୟାସ ଟାଙ୍କି ଲିକ୍ ହୋଇଥିଲା l କିଛି ସମୟ ପରେ ଗ୍ୟାସ ଟାଙ୍କିଟି ଫାଟି ଯାଇ ଛାର ଖାର ହୋଇଯାଇଥିଲା l କିନ୍ତୁ ଗ୍ୟାସ ଟାଙ୍କି ଫାଟିବା ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ପାଚିକା ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ସମସ୍ତ ଶିଶୁ ମାନେ ଵର୍ତ୍ତି ଯାଇଥିଲେ l ତେବେ ଦେବଦୂତ ସାଜି କୋମଳମତୀ ଶିଶୁ ମାନଙ୍କ ଜୀବନ ବଞ୍ଚାଇଥିବା ଅଙ୍ଗନୱାଡି କର୍ମୀ ଏବଂ ପାଚିକା ଙ୍କୁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ବରଗଡ଼ ଉପନିର୍ବାଚନ ରେ ବ୍ୟସ୍ତ ରହିଥିଲେ ମଧ୍ୟ ବିଧାୟକ ଶ୍ରୀ ଜେନା ଙ୍କ ନିର୍ଦେଶ କ୍ରମେ ତାଙ୍କ ସୁପୁତ୍ର ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଯୁବ ଛାତ୍ର ମାନସ ର ପ୍ରତୀକ ଅଙ୍କିତ ପ୍ରତାପ ଜେନା ଅଙ୍ଗନୱାଡି କର୍ମୀ ସୁଶୀଳା ସିଂ ଓ ପାଚିକା ନୟନା ବାରିକ ଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ  କରିବା ସହିତ ଆର୍ଥିକ ରାଶି ପ୍ରଦାନ କରିଛନ୍ତି l ତେବେ ନିଜ ଜୀବନକୁ ବାଜି ଲଗାଇ ଶିଶୁ ମାନଙ୍କ ଜୀବନ ବଞ୍ଚାଇ ଥିବା ଅଙ୍ଗନୱାଡି କର୍ମୀ ଏବଂ ପାଚିକା ଙ୍କୁ ଅଙ୍କିତ ପ୍ରତାପ ଜେନା ସାଧୁବାଦ ଜଣାଇବା ସହ ଏଭଳି ମହତ କାର୍ଯ୍ୟ ପାଇଁ ଉଚ୍ଚ ପ୍ରଂଶସା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଦୀପା ମଲିକ, ପୂର୍ବତନ ଅଧକ୍ଷ ଶରତ ନାୟକ, ଜିଲ୍ଲା ପରିଷଦ ଜଗବନ୍ଧୁ ସେଠି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଯୁବକ, ସମାଜସେବୀ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.