୨ନଂ ଜୋନର ୮ଟି ପଞ୍ଚାୟତରେ ବିଜେଡି ପ୍ରାର୍ଥୀନୀ ବର୍ଷାଙ୍କ ପ୍ରଚାର ଜୋରଦାର

0

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ବର୍ଷା ସିଂ ବରିହାଙ୍କ ପାଇଁ ୨ନଂ ଜୋନର ୮ଟି ପଞ୍ଚାୟତ ରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତା ରେ ସମସ୍ତ ପଞ୍ଚାୟତର ପର୍ଯ୍ୟବେକ୍ଷକ ଓ ଦଳୀୟ ନେତୃମଣ୍ଡଳୀ ଙ୍କ ଉପସ୍ଥିତିରେ ମାରାଥନ ନିର୍ବାଚନ ପ୍ରଚାର କରି ବର୍ଷା ସିଂ ବାରିହାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏହି କାର୍ଯ୍ୟକ୍ରମ ଗୁଡିକରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ଦେବେଶ ଆଚାର୍ଯ୍ୟ, ଅନ୍ୟତମ ପର୍ଯ୍ୟବେକ୍ଷକ ତଥା ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଜିଲ୍ଲାପରିଷଦ ସଭାନେତ୍ରୀ ମାନିନୀ ଭୋଇ, ବିଜେଡି ନେତା ମହେନ୍ଦ୍ର ବଢେଇଙ୍କ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହି ବର୍ଷାଙ୍କୁ ଆଶୀର୍ବାଦ ଦେବା ସହ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ |

Leave A Reply

Your email address will not be published.