ସୀମାନ୍ତ ଅଞ୍ଚଳ ରେ ବିପୁଳ ମହୁଳ ପୋଚ ଓ ମଦଜବତ

0

ଝାରବନ୍ଧ -ମନୋହର ଦାଶ: ପଦ୍ମପୁର ଉପନିର୍ବାଚନ କୁ ଦୃଷ୍ଟି ରେ ରଖି ବରଗଡ଼ ଅବକାରୀ ଅଧିକ୍ଷକ ସୁବନ ନାଏକ ଙ୍କ ନିର୍ଦେଶ କ୍ରମେ ପାଇକମାଲ ଅବକାରୀ ଥାନା ଇନିସ୍ପେକଟର ରାଜକୁମାର ବେହେରା ଙ୍କ ନେତୃତ୍ୱ ରେ ଜିଲ୍ଲା ମୋବାଇଲ ଇନିସ୍ପେକଟର ରଶ୍ମିତା ଲାକ୍ରା ପଦ୍ମପୁର ଅବକାରୀ ଥାନା ଇନ୍ସ୍ପେକଟର ସମରଜିତ ଦାସ ଙ୍କ ନେତୃତ୍ୱ ରେ ଆଜି ଝାରବନ୍ଧ ବ୍ଲକ ର ଲଉଡ଼ିଦର୍ହl ଏବଂ ଦାବପାଲି ଗ୍ରାମ ମାନଙ୍କ ରେ ଚଢ଼ଉ କରାଯାଇ ଜଣକୁ ଗିରଫ କରାଯାଇଛି l ଲଉଡ଼ିଦର୍ହl ଚିରାଲ ନାଲା ପାଖରେ ଥିବା ଗ୍ରାମ୍ୟ ଜଙ୍ଗଲ ଭିତରେ ମହୁଳ ପୋଚ 1300 ଲିଟର,60 ଲିଟର ମହୁଲି ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରିଛନ୍ତି lସେହିପରି ଦାବପାଲି ଗ୍ରାମ ଠାରେ ମଧ୍ୟ୍ୟ 13 ଲିଟର ମହୁଲି ମଦ ଜବତ ହୋଇଛି l ମୋଟ 2100 ଲିଟର ମହୁଳ ପୋଚ ନଷ୍ଟ କରିଛନ୍ତି l
ଏ ସମ୍ପର୍କ ରେ ପାଇକମାଲ ଅବକାରୀ ବିଭାଗ ମାମଲା ରୁଜୁ କରିଛନ୍ତି l ଏହି ଚଢ଼ଉ ରେ ବିଜୟ ପାଣିଗ୍ରାହୀ ଏ ଏସ ଆଇ, ବୃନ୍ଦାବତୀ ଭୁଏ ଏ ଏସ ଆଇ ଅବକାରୀ ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Leave A Reply

Your email address will not be published.