ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ତହସିଲ ଅଫିସର ବରିଷ୍ଠ କିରାଣୀ ଯୁଗଳ କିଶୋର ରାଉତ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଯୁଗଳଙ୍କୁ ପ୍ରଥମେ ବେଲପଡ଼ା ତହସିଲ ଅଫିସକୁ ନେଇ କାଗଜପତ୍ର ଯାଞ୍ଚ କରିବା ପରେ ଅଧିକ ତଦନ୍ତ ପାଇଁ ବଲାଙ୍ଗିର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି।
ମିଳିଥିବା ରିପୋର୍ଟ ମୁତାବକ, ସାତଚୁଆ ଗ୍ରାମର ଅର୍ଜୁନ ଶବର ଭାଇମାନଙ୍କ ମଧ୍ୟରେ ହୋଇଥିବା ଭାଗ ବଣ୍ଟାରୁ ନିଜ ଭାଗରେ ପଡ଼ିଥିବା ସମ୍ପତ୍ତିକୁ ନିଜ ନାଁରେ କରିବା ଲାଗି ବାରମ୍ବାର ତହସିଲ ଅଫିସକୁ ଆସୁଥିଲେ । ହେଲେ ବରିଷ୍ଠ କିରାଣି ଯୁଗଳ କିଶୋର ରାଉତ ଆଜି ଆସ କାଲି ଆସ ବୋଲି କହି ଠକି ଆସୁଥିଲେ ଏବଂ ମଝିରେ ଅର୍ଜୁନଙ୍କଠାରୁୁ ୨ହଜାର ଟଙ୍କା ମଧ୍ୟ ନେଇଥିଲେ । କିନ୍ତୁ ଏହାର କୌଣସି ସୁଫଳ ନମିଳିବାରୁ ଅର୍ଜୁନ ଭିଜିଲାନ୍ସର ଆଶ୍ରୟ ନେଇଥିଲେ । ଯୋଜନା ମୁତାବକ ଅର୍ଜୁନ ଆଜି ଯୁଗଳଙ୍କୁ ଭେଟିବାକୁ ଫୋନ କରିଥିଲେ । ଅନ୍ୟପଟେ ପାଟଣାଗଡ଼ ଗଙ୍ଗାଧର ପାର୍କରେ ଭେଟ ହେବା ପାଇଁ ଅର୍ଜୁନଙ୍କୁ ଯୁଗଳ କହିଥିଲେ । ସେଠାରେ ଅର୍ଜୁନଙ୍କଠାରୁ ଯୁଗଳ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post