“ନିୟତି” ଭିନ୍ନକ୍ଷମ ଅନୁଷ୍ଠାନ ଆନୁକୁଲ୍ୟରେ ଭିନ୍ନକ୍ଷମଙ୍କୁ ଶୀତବସ୍ତ୍ର ବଣ୍ଟନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ରାଣିପେଣ୍ଠା ଗ୍ରାମ ଠାରେ ଥିବା “ନିୟତୀ” ଭିନ୍ନକ୍ଷମ ଅନୁଷ୍ଠାନ ପରିସରରେ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ (ହିତାଧିକାରୀ)
ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଶିଷ୍ଟ ଶିକ୍ଷାବିତ୍ ତଥା ବୁଦ୍ଧିଜୀବୀ ଶ୍ରୀ ମହେଶ ଚରଣ ଦାଶଙ୍କ ଦ୍ଵାରା ୪୦ରୁ ଉର୍ଦ୍ଧ୍ୱ ଛାତ୍ର/ଛାତ୍ରୀ ଓ ଶିକ୍ଷକ , ଶିକ୍ଷୟିତ୍ରୀଙ୍କୁ ଶୀତବସ୍ତ୍ର (ସୁଇଟର ପୋଷାକ) ବଣ୍ଟନ କରାଯାଇଛି ।
ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀ ଯୋଗଦାନ କରି ଦେଶ ଓ ଜାତିର ଶ୍ରେଷ୍ଠତାକୁ ବୃଦ୍ଧି କରାଇବାକୁ ହେଲେ ଭାରତୀୟ ମାନେ ଭିନ୍ନକ୍ଷମଙ୍କ ପ୍ରତି ସମ୍ମାନ ଜଣାଇବାକୁ ପଡ଼ବ କହିଥିଲେ।
ଅନୁଷ୍ଠାନର ସମ୍ପାଦକ ତଥା ପ୍ରତିଷ୍ଠାତା ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଭାଗବତ ପାଢ଼ୀ , ଅଧ୍ୟାପକ ଡ. ଅଜୟ ତ୍ରିପାଠୀ , ଅନୁଷ୍ଠାନର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ଶାଶ୍ଵତୀ ବେବର୍ତ୍ତା , ଅନିତା ଅଧିକାରୀ , ରୁଚି ଅଧିକାରୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଶେଷରେ ଅଧ୍ୟାପକ ଶ୍ରୀ ସୌଦାଗର ସିଅ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.