ଚେତୁନି ପ୍ରଶାସନ, ତାତିଲେଣି ଲୋକେ : ଆନ୍ଦୋଳନ ପାଇଁ ମେଳି ବାନ୍ଧିଲେଣି କ୍ଷତିଗ୍ରସ୍ତ ବିସ୍ଥାପିତ

0 2

ଏ ପଯ୍ୟନ୍ତ ବାଟ ଫିଟୁନି କଂସାରିଗୁଡା ଠାରେ ହେବାକୁ ଥିବା ଆଦିତ୍ୟ ବିର୍ଲା କାରଖାନା ନିର୍ମାଣ

    • ଵାସ୍ତୁହରା ହୋଇଥିବା ମଣିଷ ମାନକ ପ୍ରତି ଧୋକା କରୁଛନ୍ତି ସରକାର ,ସ୍ଥାନୀୟ ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷ

    • ସତର ବର୍ଷର କ୍ଷତି ପୂରଣ ଶହ ଜମି ଫେରାଅ ଆନ୍ଦୋଳନ ର ଉଗ୍ର ରୁପ ନେବ

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପୋଡାପାଡ଼ି ପଞ୍ଚାୟତ କଂସାରିଗୁଡା ଠାରେ ନିର୍ମାଣ ହେବାକୁ ଥିବା ଆଦିତ୍ୟ ଆଲୁମିନା କାରଖାନା ପାଇଁ ଅଞ୍ଚଳବାସୀ   ସ୍ୱାଗତ ସହ ଆଜିକୁ ସତର ବର୍ଷ ପୂର୍ବେ ନିଜସ୍ଵ ପିତୃ ପୁରୁଷ ସମସ୍ତ ଜମି ଭିଟାମାଟି   ରାଜ୍ୟ ସରକାରଙ୍କ ଜରିଆରେ ଶାଗ ମାଛ ଦରରେ କମ୍ପାନୀ ହାତକୁ ଟେକି ଦେଇଥିଲେ ଅଞ୍ଚଳବାସୀଙ୍କ ଆଶା ଥିଲା ଯେ ଏଠାରେ କାରଖାନା ହେଲେ ଏ ଅଞ୍ଚଳ ର ବିକାଶ ଦିଗରେ  ବୃଦ୍ଧି ହେବ ବୋଲି  | କିନ୍ତୁ ଅଞ୍ଚଳବାସୀଙ୍କ ଆଶା ଆଶା ରେ ରହିଗଲା | ସେମାନଙ୍କ ଆଗ୍ରହରେ ଏବେ କାହାର ନଜର ଲାଗିଯାଇଛି | କାରଖାନା କରିବାର ପ୍ରତିଶ୍ରୁତି ପୁରାଣ କରିବାରେ କାରଖାନା କର୍ତ୍ତୃପକ୍ଷ ନିଷ୍କ୍ରିୟତା ପ୍ରକାଶ କରୁଥିବା ବେଳେ ସରକାର ମଧ୍ୟ ପ୍ରତିଶୃତି ଦେଇ ଭୁଲିଯାଇଛନ୍ତି | କାରଖାନା ପାଇଁ ଵାସ୍ତୁହରା ହୋଇଥିବା ମଣିଷ ମାନକ ପ୍ରତି ଧୋକା କରୁଛନ୍ତି ସରକାର ,ସ୍ଥାନୀୟ ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷ |  ଯାହାକି ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କେହି ଏଥି ପ୍ରତି କର୍ଣ୍ଣପାତ କରୁଥିବା ନଜରକୁ ଆସିଛି ଯାହାଫଳ ରେ ଅଞ୍ଚଳର ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର  ନିରାଶ ହୋଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଯେ ଚଳିତ ମାସ ରେ ହେବାକୁ ଥିବା ମେକଇନ୍ ଓଡିଶା  ରେ ଯଦି କଂସାରିଗୁଡା ଠାରେ ଆଦିତ୍ୟ ଆଲୁମିନା କାରଖାନାର ନାମ ସ୍ଥାନ ନପାଏ ତାହେଲେ ସତର ବର୍ଷର କ୍ଷତି ପୂରଣ ଶହ ଜମି ଫେରାଅ ଆନ୍ଦୋଳନର ଉଗ୍ରରୁପ ନେବ ବୋଲି ଆଜି ବିସ୍ଥାପିତ କ୍ଷତି ଗ୍ରସ୍ତ ପରିବାର  ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି କି ସରକାର ଓ କାରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯେଉଁ ମଧୁ ଚନ୍ଦ୍ରିକା ଚାଲିଛି, ତାହାର ସ୍ୱର ଦେବା ପାଇଁ କାଶୀପୁର ଅଞ୍ଚଳର ସମସ୍ତ ସଂଗଠନ ମାନେ ଏଥିରେ ସହଯୋଗର ହାତ ବଢ଼ାଇବେ  ବୋଲି ବୁଦ୍ଧିଜୀବି ମହଲ ରେ ଆଲୋଚନା ଜୋର୍ ଧରିଛି | 

Leave A Reply

Your email address will not be published.