ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶିଶୁରୋଗ ବିଭାଗ ପକ୍ଷରୁ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୬ତମ ଆଇଏପି ଜୋନାଲ୍ (ଇଷ୍ଟଜୋନ୍) କୁଇଜ୍ ପ୍ରତିଯୋଗିତା ୨୦୨୨ ଆୟୋଜିତ ହୋଇଯାଇଛି ।
ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ ଓଡ଼ିଶା ଶାଖା ଏବଂ ଆଇଏପି ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କୁଇଜ୍ ପ୍ରତିଯୋଗିତାରେ ଏମ୍ସ ପାଟନା, ଏସ୍ଏସ୍କେଏମ୍ କୋଲକାତା, ଟିଏମ୍ଏଚ୍ ଜାମ୍ସେଦପୁର, କିମ୍ସ ଭୁବନେଶ୍ୱର, ନର୍ଥ ବେଙ୍ଗାଲ୍ ଏମ୍ସି, ଦିବ୍ରୁଗଡ, ଆସାମର ୬ଟି ଟିମ୍ ଭାଗ ନେବା ସହ ଜୋନାଲ୍ ରାଉଣ୍ଡରେ ଭାଗ ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, ଆଇଏପି ଓଡ଼ିଶାର ପ୍ରେସିଡେଂଟ ଇଲେକ୍ଟ ଡାକ୍ତର ଏନ୍.ଏମ୍. ଜେନା ଓ ଜୋନାଲ୍ ସଂଯୋଜକ ଡାକ୍ତର ପି. ସାବତ ଓ ସମ୍ ହସ୍ପିଟାଲ୍ର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶିଶୁରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜେ.ବି.କେ ପୃଷ୍ଟି କୁଇଜ୍ ପରିଚାଳନା କରିଥିଲେ । କୁଇଜରେ ବିଚାରକ ଭାବେ ଆସନ ଅଳଙ୍କୃତ କରିଥିଲେ ପ୍ରଫେସର ସରୋଜ ଶତପଥି ଓ ପ୍ରଫେସର ସୁନୀଲ୍ ଅଗ୍ରୱାଲ୍ ।
ଏହି କୁଇଜ୍ ପ୍ରତିଯୋଗିତାରେ ଏସଏସ୍କେଏମ୍ କୋଲକାତା ବିଜୟୀ ହୋଇଥିବା ବେଳେ ଫାଇନାଲ୍ ରାଉଣ୍ଡ ନିମନ୍ତେ ମନୋନୀତ ହୋଇଛନ୍ତି ।
ଏହି କୁଇଜ ପ୍ରତିଯୋଗିତାକୁ ଡାକ୍ତର ରଚିତା ଷଢ଼ଙ୍ଗୀ, ଡାକ୍ତର ଦେବସ୍ମିତା, ଡାକ୍ତର ବିଭୁ, ଡାକ୍ତର ବ୍ରଜ, ଡାକ୍ତର ଶାଲିନୀ, ଡାକ୍ତର କଳ୍ପନା, ଡାକ୍ତର ଦେବଶ୍ରୀ, ଡାକ୍ତର ସାଗର, ଡାକ୍ତର ନୀତିଶ, ଡାକ୍ତର ଇପ୍ସିତା ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post