ବଲାଙ୍ଗିର/ନିରୋଜ ମିଶ୍ର : ସଂସ୍କାର ଭାରତୀ ପକ୍ଷରୁ ସ୍ଥାନୀୟ କନ୍ଧପାଲି ପଡାଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉସôବ ମହାସମାରୋହରେ ପାଳିତ ହୋଇଯାଇଛି । କନ୍ଧପାଲି ପଡା ମହିଳା କିର୍ତ୍ତନ ଦଳ ପକ୍ଷରୁ ଦିନ ସାରା ହରିବଂଶ ପାରାୟଣ ବ୍ୟାସ ଯୋଗେଶ୍ୱର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ଅପରାହ୍ନରେ ପ୍ରାୟ ୭୦ ଜଣ କୃଷ୍ଣ ରାଧା ବେଶୀ କୁନୀ କଳାକାର ସଂକୀର୍ତ୍ତନ ଘଣ୍ଟ, ଶଙ୍ଖ, ଧ୍ୱନୀ ତାଳେ ତାଳେ ନଗର ପରିକ୍ରମା କରିଥିଲେ । ସଂସ୍କାର ଭାରତୀର ସଭାପତି ବାସୁଦେବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରଭାକର ମିଶ୍ର, ହରିଶଂକର ସାଏ, ଅଶୋକ ଚାନ୍ଦ, ଡ. ଲମ୍ବୋଦର ମେହେର, ବୃନ୍ଦାବନ ବାରାଡ, ନବିନ ମେହେର, ମଳୟ ଆନନ୍ଦ ତ୍ରିପାଠି, ବିଜୟଲକ୍ଷ୍ମୀ ମେହେର, ଡ. ଗୋଦାବରିଶ ରଥ, ବିଷ୍ନୁ ଚନ୍ଦ୍ର ସାଏ, ଦୁର୍ଯ୍ୟୋଧନ ପସାଏତ, ରାଧେଶ୍ୟାମ ପଟେଲ ଓ ଯାଦବ ଚନ୍ଦ୍ର ସାଏ ପ୍ରମୁଖ କୁନି କଳାକାର ଙ୍କୁ ପ୍ରୋତ୍ସାହନ ପ୍ରମାଣ ପତ୍ର ତଥା ମିଷ୍ଟାନ୍ନ ବଣ୍ଟନ କରି ଉଦବୋଧନ ଦେଇଥିଲେ । ଗୌରବ କୁଦେଇ ଓ ସୌରଭ କୁଦେଇଙ୍କ ଚିତ୍ତାକର୍ଷକ ଗଉର ବାଡି ପ୍ରଦର୍ଶନ ସନସ୍ତଙ୍କୁ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମକୁ ତୀର୍ଥବାସୀ ସାଏ, ଗଉଁନ୍ତିଆ ହରିଶଂକର ସାଏ, ପ୍ରଦୀପ ବରାଲ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବ୍ରଜ କିଶୋର ପଣ୍ଡା । ଏହି ଉସôବକୁ କନ୍ଧପାଲି, ତାଲପାଲି ତଥା ଆଖ ପାଖ ଅଞ୍ଚଳର ଶତାଧିକ ପୁରୁଷ, ମହିଳା ଓ ଶିଶୁ ଉପଭୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.