ପୁଣି ଜନନୀ ଯନ୍ତ୍ରଣା : ନିଜ ଘରେ ପ୍ରସବ ପରେ ପୁତ୍ର ସନ୍ତାନର ମୃତ।

0 2

ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ , ଷ୍ଟ୍ରେଚରରେ ବୁହା ହେଲେ ଆସନ୍ନପ୍ରସବା।

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଜି ବି ରାଜ୍ୟ ର ବିଭିନ୍ନ ଦୁର୍ଗମ ଅଞ୍ଚଳର ଗ୍ରାମ ଗୁଡିକରେ ରାସ୍ତା ଟିଏ ମଧ୍ୟ ହୋଇପାରୁ ନାହିଁ ଯାହା ଫଳରେ କେବେ ଜନନୀ ଯନ୍ତ୍ରଣା ତ ଆଉ କେବେ ବୃଦ୍ଧା, ବୃଦ୍ଧାମା ଅସୁସ୍ଥ ହେଲେ କେବେ ଖଟିଆ ତ ଆଉ କେବେ ଚଉକିରେ ବୁହା ହେଉଛନ୍ତି । ଠିକ୍ ସେହିପରି ଦୃଶ୍ୟ ଦେଖିବାକୁ ମିଳିଛି ପୁଣିଥରେ ଆଜି ସକାଳେ ।
୧୦୮ କୁ ଫୋନ ଆସିଲା ଯେ ପ୍ରସବ ବେଦନାରେ ଜଣେ ଗର୍ଭବତୀ ଛଟପଟ ହେଉଛନ୍ତି।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ସମସ୍ତ ୧୦୮ଗାଡି ଫୋନ କରିଥିଲେ | କିନ୍ତୁ ଗାଡି ଖାଲି ନଥିବାରୁ ସିମାନ୍ତ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ର ୧୦୮ ଡ୍ରାଇଭର ପରକ୍ଷିତ ନାଏକ ଫୋନ ପାଇବା ପରେ ବାହାରିପଡିଲେ। କେରପାଇ ଭାୟା ସୁଙ୍ଗେର ଦେଇ ପହଞ୍ଚିଲେ କଳାହାଣ୍ଡି ଜିଲା ରାମପୁର ବ୍ଲକ ସିଲେଟ ପଞ୍ଚାୟତ ଅନ୍ତର୍ଗତ ଡାଣ୍ଡପଦର ଗ୍ରାମରେ। ଗାଁକୁ ରାସ୍ତା ନଥିବାରୁ ୬କିମ ରାସ୍ତା ଚାଲିକି ଯାଇଥିଲେ | ଏହା ପରେ ଯାହା ଦେଖିଲେ ବହୁତ ହୃଦୟ ବିଦାରକ ଦୃଶ୍ୟ | ଉକ୍ତ ଗ୍ରାମର ଦାନସିଂ ମାଝୀ ଙ୍କ ସ୍ତ୍ରୀ ଜୀବନ ଦେଇ ମାଝୀ ଙ୍କର ପୁତ୍ର ସନ୍ତାନ ଟିଏ ଜନ୍ମ ହୋଇ ମୃତ୍ୟୁ ଘଟିଛି। ମା ର ଅତ୍ୟଧିକ ରକ୍ତସ୍ରାବ ହୋଇ ଅଚେତ ଅବସ୍ଥାରେ ପଡିରହିଥିଲେ | ଗାଁ ଲୋକ କିମ୍ବା ପରିବାର ଲୋକେ ଡାକ୍ତରଖାନା ନେବା ପାଇଁ କିମ୍ବା ସାହାଯ୍ୟ କରିବାକୁ ନାରାଜ ଥିଲେ | ପରେ ୧୦୮ ଡ୍ରାଇଭର ପରକ୍ଷିତ ନାଏକ ନିଜେ ସେହି ଗ୍ରାମର କିଛି ଲୋକଙ୍କୁ ୩୦୦ଟଙ୍କା ଖର୍ଚ ଦେଇ ସେଠାରୁ ୬କିମି ରାସ୍ତା ଆମ୍ବୁଲାନ୍ସ ନିକଟକୁ ବହିଆଣି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କଲେ। ମହିଳା ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି ।ପରିକ୍ଷିତ ନାଏକ ପୁର୍ବରୁ ମଧ୍ୟ ଏପରି ଅନେକ ଥର ଦୁର୍ଗମ ଅଞ୍ଚଳ ରୁ ରୋଗିଙ୍କୁ ଷ୍ଟ୍ରେଚରରେ ବୋହିଆଣି ଓ ରୋଗିଙ୍କୁ ରକ୍ତ ଦାନ କରି ରାଜ୍ୟ ସରକାରଙ୍କ ଠାରୁ ବେଷ୍ଟ ପାଇଲଟ ପୁରସ୍କାର ପାଇଛନ୍ତି। ସରକାର ସ୍ୱାସ୍ଥ୍ୟ ଓ ଗମନାଗମନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ଠିକ ଯାଗାରେ ବିନିଯୋଗ ହୋଇପାରୁନାହିଁ, ଆଜିର ଘଟଣା ତାହାର ଜ୍ୱଳନ୍ତ ଉଦାହରଣ |

Leave A Reply

Your email address will not be published.