ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ପବିତ୍ର ମାର୍ଗଶୀର ମାସ ମାଣଓସା ଅବସରରେ ମା’ ଲକ୍ଷ୍ମୀଙ୍କ ପୂଜା ଉତ୍ସବ ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମପଂଚାୟତ ବରପଡ଼ା-ସାଧକନଗର ଗ୍ରାମବାସୀ ତଥା ଶ୍ରୀ ଶ୍ରୀ ସାର୍ବଜନୀନ ମା’ଗୃହଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଆନନ୍ଦ ଉଲ୍ଲାସର ସହ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରୁ ବରପଡ଼ା-ସାଧକନଗର ଗ୍ରାମର ଶତାଧିକ ମାଆମାନେ ଯୋଗଦାନ କରି ମାଣ ବସାଇ ମା’ ଲକ୍ଷ୍ମୀ ଙ୍କ ପୂଜାକାର୍ଯ୍ୟ ଆରମ୍ଭ କରିଥିଲେ , ପରେ ମାଆ ମାନଙ୍କ ଦ୍ୱାରା ଲକ୍ଷ୍ମୀପୁରାଣ ପଠନ , ଅପରାହ୍ନ ସମୟରେ ଶତାଧିକ ବୟସ୍କ ବୃଦ୍ଧା ମାଆମାନେ ଅଂଶ ଗ୍ରହଣ କରିଥିଲେ ଅନୁÂାନ ପକ୍ଷରୁ ତାଙ୍କ ପାଦକୁ ଧୁଆଯିବା ସହ, ଧୂପ, ଦୀପ ଆଳତି, ନୂଆ ବସ୍ତ୍ର ପରିଧାାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟା ସମୟରେ ମା’ ଲକ୍ଷ୍ମୀଙ୍କ ଉଦେ୍ଧଶ୍ୟରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପଣ୍ଡିତ ଭାବେ ପ୍ରଶାନ୍ତ ପଣ୍ଡା ବେଦ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ବୁହାଳୋ ଗ୍ରାମପଂଚାୟତ ସରପଂଚ ତଥା ସମାଜସେବୀ ରମାକାନ୍ତ ମହାନ୍ତି ଯୋଗଦାନ କରି କାର୍ଯ୍ୟକ୍ରମ ଆୟୋଜନ କରିଥିବା ସମସ୍ତ ଯୁବକ ଏବଂ ଗ୍ରାମବାସୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ତେବେ ଏହିଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ ରେ ସ୍ଥାନୀୟ ବରପଡ଼ା-ସାଧକନଗର ଗ୍ରାମବାସୀ, ମାଆ ଏବଂ ଯୁବକମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।