ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଇନୋଭେସନ୍ ଆଣ୍ଡ ବିଜିନେସ୍ ସମ୍ମିଳନୀ ବି-ଇଞ୍ଜିନିୟସ୍ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ପ୍ରଥମ ଥର ଲାଗି କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ରେ ଅନୁଷ୍ଠିତ ଏଭଳି ସମ୍ମିଳନୀ ୧୭ ଓ ୧୮ ଦୁଇ ଦିନ ଧରି ଚାଲିବ । ବି-ଇଞ୍ଜିନିୟସ୍ ସମ୍ମିଳନୀର ବିଷୟବସ୍ତୁ ରହିଛି, ‘ସର୍ଜନା ମାଧ୍ୟମରେ ଓ ଉଦ୍ୟୋଗ ମାଧ୍ୟମରେ ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ଓ ସମୃଦ୍ଧ ବିଶ୍ୱ ନିର୍ମାଣ’ । ସମ୍ମିଳନୀ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କାର୍ଯ୍ୟାଳୟର ବୈଜ୍ଞାନିକ ସଚିବ ଡ. ପରବିନ୍ଦର ମାଇନି ଯୋଗ ଦେଇଥିବା ବେଳେ ବିଭାଗୀୟ ପ୍ରାକ୍ତନ ସଚିବ ଡ. ସ୍ୱାତୀ ବାସୁ, ଆଇଆଇଟି ଦିଲ୍ଲୀର ପ୍ରାକ୍ତନ ନିର୍ଦ୍ଦେଶକ ଡ. ଭି ରାମ ଗୋପାଳ ରାଓ ପ୍ରମୁଖ ଯୋଗଦେଇ ବିଜ୍ଞାନ ଓ ସର୍ଜନା ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀମାନେ ଅନିସନ୍ଧିତ୍ସୁ ହେବା ସହ ନୂତନ ସର୍ଜନା ଦିଗରେ ମନୋନିବେଶ କରିବା ଆବଶ୍ୟକ ବୋଲି କହିଥିଲେ । ଭି ରାମ ଗୋପାଳ ରାଓ କହିଲେ, ଦେଶ ଗଠନରେ ଇଂଜିନିୟରିଂ ଓ ଇଂଜିନିୟରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଇଂଜିନିୟରମାନେ ହିଁ ସାଧାରଣତଃ ସର୍ଜନାକାରୀ । ଏହି ଅବସରରେ ମୋବାଇଲ୍ରେ କିଭଳି ଘ୍ରାଣ ଶକ୍ତିର ବିକାଶ ନେଇ ସେ ଗବେଷଣାରତ ବୋଲି କହିଥିଲେ । ଡ. ବାସୁ କହିଲେ ଛାତ୍ରଛାତ୍ରୀମାନେ ସର୍ବଦା ଅନିସନ୍ଧିତ୍ସୁ ହେବା ଉଚିତ । ସେମାନେ ସେମାନଙ୍କ ଜୀବନରେ କଣ ହେବାକୁ ଚାହୁଁଛନ୍ତି ଓ କଣ କରିବାକୁ ଚାହୁଁଛନ୍ତି ତାହା ନିଜେ ନିଷ୍ପତ୍ତି ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଡ. ମାଇନି କହିଲେ, ଛାତ୍ରଛାତ୍ରୀମାନେ ସେମାନଙ୍କର ସାମର୍ଥ୍ୟ ଓ ଦୁର୍ବଳତା ବିଷୟରେ ନିଜେ ଆକଳନ କରିବା ଆବଶ୍ୟକ । ତଦନୁଯାୟୀ ସେମାନେ ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିପାରିବେ । କିଟ୍ ଗବେଷଣା ବିଭାଗ ମହାନିର୍ଦ୍ଦେଶକ ତଥା କିଟ୍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୃତ୍ୟୁଞ୍ଜୟ ସୁଆର କହିଲେ ଛାତ୍ରଛାତ୍ରୀମାନେ ସେମାନଙ୍କ ଚିନ୍ତାଧାରାକୁ ନେଇ ନୂଆ କିଛି କରିବାକୁ ଇଚ୍ଛା ପ୍ରକାଶ କଲେ କିଟ୍ ଟିବିଆଇ ଆବଶ୍ୟକ ସହଯୋଗ ଯୋଗାଇ ଦେବ । କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଅନିସନ୍ଧିତ୍ସୁ, ଯୋଗାଯୋଗ ଓ ସହଯୋଗ ଭଳି ତିନୋଟି ବିନ୍ଦୁ ଉପରେ ଆଲୋକପାତ କରିଥିଲେ |
Sign in
Sign in
Recover your password.
A password will be e-mailed to you.