ଜନ ସାଧାରଣ ଙ୍କ ସମସ୍ୟା ର ସମାଧାନ ପାଇଁ ବିଭିନ୍ନ ପଞ୍ଚାୟତ ଗସ୍ତ ରେ ବିଧାୟକ ବିଷ୍ଣୁ ବ୍ରତ।

0 2

 ବାସୁଦେବପୁର- ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ବିଭିନ୍ନ ପଞ୍ଚାୟତ ଗସ୍ତ କରିବା ସହ ସିଧାସଳଖ ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେଉଛନ୍ତି ଏବଂ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ବାସୁଦେବପୁର ର ବାଲି ମୁଣ୍ଡା, ନରସିଂହ ପୁର, ଏଡତାଲ ଭଳି କିଛି ପଞ୍ଚାୟତ ଗସ୍ତ କରି ଲୋକ ମାନଙ୍କ ସହ ସିଧ।ସଳଖ ଆଲୋଚନା କରୁଛନ୍ତି ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ। ତାଙ୍କ ସହ ପ୍ରତିନିଧି ଅସିତ୍ କୁମାର ଦାସ, ବ୍ଲକ୍ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବିଭିନ୍ନ ପଞ୍ଚାୟତ ର ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ୍ ଉପାଧ୍ୟକ୍ଷ ମଧ୍ୟ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.