ନବରଙ୍ଗପୁର(ଅଶୋକ ସାହୁ ): ନବରଙ୍ଗପୁର, ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ସଂଗ୍ରହାଳୟ ଠାରେ ଭାରତୀୟ ରେଡ଼କ୍ରସ୍ ଶୋସାଇଟି, ଜିଲ୍ଲା ଶାଖା ନବରଙ୍ଗପୁର ତରଫରୁ ପ୍ରଦତ୍ତ ଏକ ବ୍ଲଡ ଡନର କାଉଚ୍ ର ଉଦଘାଟନ ହୋଇଯାଇଛି । ଏହା ସହ ଉପର ମହଲାର ଆଇ ସି ୟୁର ଶୁଭ ଉଦଘାଟନ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ରକ୍ତଦାନ କାଉଚ୍ ଦ୍ଵାରା ଏଣିକି ରକ୍ତଦାତା ମାନେ ଆଉଜିବା ଭଳି ଚୌକି ରେ ବସିବା ଅବସ୍ଥାରେ ଆରାମଦାୟକ ଭାବେ ରକ୍ତ ଦାନ କରି ପାରିବେ ବୋଲି ଜିଲ୍ଲାପାଳ ଡଃ ମିଶ୍ର ଉଦ୍ ଘାଟନ ଅବସରରେ ମତବ୍ୟକ୍ତ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ଏବଂ ଜ୍ଞାନ ରଞ୍ଜନ ଖଣ୍ଡପାନ ପ୍ରଥମେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ମୌସୁମୀ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ କାହ୍ନୁ ଚରଣ ପାତ୍ର,ରକ୍ତ ଭଣ୍ଡାରର ଅଧିକାରୀ ଡଃ ଦେବବ୍ରତ ଡାକୁଆ , ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ମଳୟ ତ୍ରିପାଠୀ ,ଡଃ ସୁକାନ୍ତ ଶତପଥି,ଲକ୍ଷ୍ମୀନାରାୟଣ ବିଶୋଇ,ଡି ପି ଏମ ସୁଶାନ୍ତ କୁମାର ପ୍ରହରାଜ,ରଶ୍ମି ରଞ୍ଜନ ସାହୁ,ବିଭୁ ପ୍ରସାଦ ପାଣିଗ୍ରାହୀ,ତରୁଣ କୁମାର ସାହୁ,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ, ପ୍ରତାପ କୁମାର ନନ୍ଦ,ଅରୁଣ କୁମାର ସ୍ଵାଇଁ,ରାହୁଲ ବରା,ଆଦିତ୍ୟ ବିକ୍ରମ ତ୍ରିପାଠୀ, ଅରୁଣ କୁମାର ବେହେରା,ନୀଳକଣ୍ଠ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.