ଝାରବନ୍ଧ -ମନୋହର ଦାଶ:ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ଓ ଜଗଦଲପୁର ଠାରେ ବିଜେଡି ର କର୍ମୀ ସମାବେଶ ଓ ନିର୍ବାଚନୀ ପ୍ରଚାର ଅନୁଷ୍ଠିତ ହୋଇଛି l ବିଜେଡି ବ୍ଲକ ସଭାପତି ଜତିନ ହାତୀ ଙ୍କ ପରିଚାଳନା ରେ ଝାରବନ୍ଧ ଠାରେ ଅନୁଷ୍ଠିତ ସଭା ରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ନବରଙ୍ଗପୁର ବିଧାୟକ ସଦାଶିବ ପଧାନୀ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ବ୍ଲକ ଅଧ୍ୟକ୍ଷା ଲିପଶିତା ପଧାନ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ଧାରା ରେ ସାମିଲ ହେବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏଥିସହ ଚଳିତ ଉପନିର୍ବାଚନ ରେ ଦଳୀୟ ପ୍ରାର୍ଥୀନୀ ବର୍ଷା ସିଂ ବିରିହା ଙ୍କୁ ବିଜୟୀ କରିବା ପାଇଁ ନିବେଦନ କରିଥିଲେ l ସେହିପରି ଜଗଦଳପୁର ଠାରେ ଅନୁଷ୍ଠିତ କର୍ମୀ ସମାବେଶ ରେ ଝାରବନ୍ଧ ଜୋନ 2 ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ବେହେରା ସଭା ପରିଚାଳନା କରିଥିଲେ l
ମନ୍ତ୍ରୀ ପ୍ରତାପ ଦେବ, କୁଚିଣ୍ଡା ବିଧାୟକ କିଶୋର ନାଏକ, ରାଜେନ୍ଦ୍ର ସାହୁ, ସୁଶାନ୍ତ ବେହେରା, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ପୂର୍ବତନ ସାଂସଦ ରବିନ୍ଦ୍ର ଜେନା, ଯୁବକଲ୍ୟାଣ ଅଧ୍ୟକ୍ଷ କୁନବିହାରୀ ଦାଶ, ପୂର୍ବତନ ବିଧାୟକ ବିଭୁତିବଲବନ୍ତ ରାୟ, ଲମ୍ବୋଦର ନିଆଲ, ହରେକୃଷ୍ଣ ଷଡ଼ଙ୍ଗୀ, ବିଜୟକେତନ ପଧାନ, ଗୋପବନ୍ଧୁ ସାହୁ, ନନ୍ଦଲାଲ ମହାପାତ୍ର, ଚକ୍ରଧର ଜଗତ, ରାଜକୁମାର ଭୁଏ, ନରେନ୍ଦ୍ର ପ୍ରଧାନ, ପପୁ ଅଗ୍ରୱାଲ ପ୍ରମୁଖ ବିଜେଡି ପ୍ରର୍ଥୀନୀ ବର୍ଷା ଙ୍କ ପାଇଁ ଭୋଟ ଭିକ୍ଷା କରି କହିଥିଲେ ବର୍ଷା ସିଂ ବରିହା ଜଣେ ଉଚ୍ଚଶିକ୍ଷିତା ମହିଳା ସେ ହେଉଛନ୍ତି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପ୍ରଥମ ଆଦିବାସୀ ମହିଳା ବିଧାୟକ ପ୍ରାର୍ଥୀନୀ l ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତି କରଣ ଅଭିଯାନ କୁ କାର୍ଯ୍ୟରେ ଦେଖାଇଛନ୍ତି ବୋଲି ମତ ପ୍ରକାଶ ପାଇଥିଲା l
Sign in
Sign in
Recover your password.
A password will be e-mailed to you.
Prev Post
ଚନ୍ଦ୍ରମଲ୍ଲୀ ହସେ, ଚିତ୍ରଲେଖା ଓଠେ : ଖୋକା ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ତାଙ୍କ 20ତମ ପୁଣ୍ୟତିଥିରେ (ଶୁଣନ୍ତୁ)
Next Post