ନାମାଙ୍କନ ପୂର୍ବରୁ ବୁଢାରାଜା ଙ୍କର ଆଶୀର୍ବାଦ ଭିକ୍ଷା କଲେ ବର୍ଷା

0 2

ବୁଢାରାଜା ଙ୍କର ପ୍ରଡି ବିଜୟ ବାବୁ ଙ୍କର ରହିଥିଲା ଗଭୀର ଶ୍ରଦ୍ଧା ଓ ବିଶ୍ୱାସ

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଥିବା ଉପନିର୍ବାଚନ ନାମଙ୍କନ ର ଆଜି ଶେଷ ତାରିଖ । ଆଜି ନିଜର ନାମଙ୍କନ ଦାଖଲ କରିବା ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ ନିକଟରେ ଅବସ୍ଥିତ ପୁରାତନ ଦେବପୀଠ ବୁଢାରାଜା ଙ୍କର ମନ୍ଦିରକୁ ଯାଇ ବୁଢାରାଜାଙ୍କୁ ଦର୍ଶନ କରିବା ସହିତ ପୂଜା ପାରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ବିଧାୟକ , ବର୍ଷା ଙ୍କର ପିତା ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ବୁଢାରାଜା ଙ୍କର ପ୍ରଡି ଗଭୀର ବିଶ୍ୱାସ ଓ ଶ୍ରଦ୍ଧା ରହିଥିଲା , ସେ ମଧ୍ୟ ଯେତେବେଳେ ଏହି ଅଞ୍ଚଳକୁ ଆସନ୍ତି ପ୍ରଥମେ ବୁଢ଼ାରାଜା ଙ୍କର ଦରବାର ରେ ମୁଡ଼ିଆ ମାରି ଆଶୀର୍ବାଦ ନେଇଥାନ୍ତି । ନିର୍ବାଚନ ରେ ନାମଙ୍କନ ଭରିବା ପୂର୍ବରୁ ବିଜୟ ବାବୁ ପ୍ରଥମେ ବୁଢ଼ାରାଜା ଙ୍କର ଆଶୀର୍ବାଦ ନେଇ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯାଉଥିଲେ । ଆଜି ବର୍ଷା ମଧ୍ୟ ନିଜର ପିତାଙ୍କ ରାସ୍ତାରେ ପାଦ ବଢ଼ାଇ ଚାଲିଛନ୍ତି । ବର୍ଷା ଙ୍କର ସହିତ ଆଜି ତାଙ୍କର ଅନୁଜ ଶ୍ରୀ ଭୋଜରାଜ ସିଂ ବାରିହା ମଧ୍ୟ ଉପସ୍ଥିତ ରହି ବୁଢାରାଜା ଙ୍କର ଆଶୀର୍ବାଦ ପ୍ରାର୍ଥନା କରିଥିଲେ । ଏହି ଅବସରରେ ମାଣ୍ଡୋସିଲ ଅଂଚଳର ଅନେକ ସମ୍ମର୍ଥକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.