ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଅଲ ଓଡିଶା ଇ.ପି.ଏଫ ପେନସନ୍ସ ପାଳନ ସଂଘ ଜଗତସିଂହପୁର ଜିଲ୍ଲା ଶାଖା ଆନୁକୂଲ୍ୟରେ ଏକ ଶ୍ରମିକ ସମାତବସ ହୋଇଥିଲା l ପେନସନର ଭୋଗୀକର ମାସିକ ଟ.୧୦୦୦ ଟଙ୍କାରୁ ମାସିକ ଟ.୯୦୦୦ ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭର୍ତ୍ତା ପ୍ରଦାନ ଏବଂ ସାମାଜିକ ସୁରକ୍ଷା,ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟଗତ ସୁବିଧା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିକଟରେ ପେନସନର ଭାଇ ଏବଂ ଭଉଣୀମାନଙ୍କୁ ବହୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି l ଏଣୁ ଆଜି ଉକ୍ତ ଦିବସକୁ ପ୍ରତିବାଦ ଦିବସ ଉପଲକ୍ଷେ ପାଳନ କରିଛନ୍ତି l ଏହାକୁ ସମ୍ପନ୍ନ କରିବାପାଇଁ ଜଗତସିଂହପୁର ଟାଉନହଲ (ନିମାଇଁ ଭଵନ)ଠାରୁ ଏକ ଶୋଭାଯାତ୍ରାରେ ବାହାରି ଦିନ ୧୨ ଟା ସମୟରେ ଜିଲ୍ଲାପାଳଙ୍କ ଅଫିସ ପ୍ରାଙ୍ଗଣରେ ପହଞ୍ଚିଥିଲେ l ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସରକାରଙ୍କୁ ଆମର କାର୍ଯ୍ୟ ଦାବି ଅବଗତ କରାଇଥିଲେ l ସେଠାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା l ଉକ୍ତ ସଭାରେ ଜିଲ୍ଲାର ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିଲେ l ଆମ୍ଭ ଓଡିଶା ପେନସନର୍ସ ସଂଘର ବରିଷ୍ଠ ଉପଦେଷ୍ଟା ଶ୍ରୀ ରଂଜନ କୁମାର ଖୁଣ୍ଟିଆ ଉଦବୋଧକ ଦେଇଥିଲେ l ତାଙ୍କର ସ୍ୱାଗତ ଭାଷଣ ପରିପ୍ରେକ୍ଷୀରେ ଆମର ପ୍ରତ୍ୟେକଟି ଦାବି କିପରି ଭାବରେ ସରକାରଙ୍କ ପାଖରୁ ହାସଲ କରିପାରିବା l ସବିଶେଷରେ ଉପସ୍ଥିତ ଥିବା ପେନସନର ବନ୍ଧୁ ମାନଙ୍କୁ କହିଥିଲେ l ଉକ୍ତ ସଭାରେ ଉପସଭାପତି ଭିକାରି ଚରଣ ସେନାପତି, ଅରକ୍ଷିତ ଦାସ, ସମ୍ପାଦକ ବିଭୁତି ଭୂଷଣ ପରିଜା, ଯୁଗ୍ମ ସମ୍ପାଦକ ଶରତ କୁମାର ବିଶ୍ୱାଳ ଶତାଧିକ ବନ୍ଧୁମାନେ ସଭାରେ ଯୋଗଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Next Post