ଖଇରା ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

0 3

 ଖଇରା (ବୁଲୁ ଲେଙ୍କା) ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନ ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକାଦଶ ପର୍ଯ୍ୟାୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହି ପ୍ରଦୀପ ଜାଳି ଉଦଘାଟନ କରିଥିଲେ । ଏହି ସଭାରେ ଖଇରା ବ୍ଲକ୍ ର ଚେୟାରମ୍ୟାନ ଅଭିଲିପ୍ସା ସାହୁ ,ବିଡ଼ିଓ ପର୍ଶୁରାମ ପଣ୍ଡା ,ବିଏସଏସଓ ସାଲିମା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକର ୩୭ ଗୋଟି ପଞ୍ଚାୟତରୁ ଶତାଧିକ ଭିନ୍ନକ୍ଷମ ଯୋଗଦେଇ ଥିଲେ । ବିଭିନ୍ନ ବିଭାଗର ଡାକ୍ତର ମାନଙ୍କ ଦ୍ଵାରା ପରୀକ୍ଷା କରାଯାଇ ଥିଲା ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀ ଙ୍କୁ ତାଙ୍କର ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବ ।ରାଜ୍ୟ ସରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ଏଭଳି ଆୟୋଜିତ ଶିବିରକୁ ବ୍ଲକ୍ ପ୍ରଶାସନ ଖୁବ୍ ସୁଚାରୁ ରୂପେ ପରିଚାଳନା କରିବା ସହିତ ସିବିରାର୍ଥି ମାନଙ୍କ ଖାଇବା ପିଇବା ର ବ୍ୟବସ୍ଥା କରାଯାଇଥିଲା ଏହି ଶିବିରରେ ଖଇରା ବ୍ଲକ ର ଅଗ୍ରଣୀ ଯୁବ ସଂଗଠନ ଜନହିତ ଯୁବକ ସଂଘ ପକ୍ଷରୁ କାର୍ଯ୍ୟ କର୍ତ୍ତା ମାନେ ଶିବିର ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ |

Leave A Reply

Your email address will not be published.