ପାଇକମାଳ ଯୋନ 2ରେ ବିଜେଡିର ମାରାଥନ ପ୍ରଚାର ଶୁଭାରମ୍ଭ

0 3

ବିଜେପି ର ମିଥ୍ୟା ପ୍ରତିଶ୍ରୁତି ଓ ଦରଦାମ ବୃଦ୍ଧି ଉପରେ ବର୍ଷିଲେ ନେତୃ ମଣ୍ଡଳୀ

ପାଇକମାଳ  :- ପଦ୍ମପୁର ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଥମ କରି ବିଜେଡି ପକ୍ଷରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ପାଇକମାଳ ଜୋନ-2 ର ସାଲେପାଲି ଠାରେ ବିଜେଡି ର ଅନୁଷ୍ଠିତ ସଭାରେ ଝାରସୁଗୁଡା ପର୍ଯ୍ୟବେକ୍ଷକ ବିଷ୍ଣୁ କେଡିଆଙ୍କ ପରିଚାଳନା କରିଥିଲେ ।

ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଖାଦ୍ୟ ଯୋଗାଣ ଖାଉଟୀକଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟକ ପ୍ରଶାନ୍ତ ମୁଦୁଲି , ପୂବତନ ମନ୍ତ୍ରୀ ଅତାବିରା ବିଧାୟକ ସ୍ନେହାଙ୍ଗିନୀ  ଛୁରିଆ, ବିଧାୟକ ମହିଧର ରଣା, ବିଧାୟକ ବିକ୍ରମ କେଶରୀ ପଣ୍ତା, ପୂର୍ବତନ ବିଧାୟକ ଯୋଗେଶ ସିଂ, କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ନାରିନେତ୍ରୀ ଦିପାଳୀ ଦାସ, ଅଲତାପ ମହମ୍ମଦ, ରାଜେନ୍ଦ୍ର ରାଉତ, ବିଜୟ କୁମାର ସ୍ବାଇଁ ପ୍ରମୁଖ ନେତା ଗଣ ଯୋଗ ଦେଇ ଓଡିଶାର ଜନ ନାୟକ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ତଥା ଓଡିଶାର ସର୍ବାଙ୍ଗିନ ଉନ୍ନତି ସକାଶେ ନବାଗତ ବର୍ଷା ସିଂ ବରିହାଙ୍କୁ ଶଂଖ ଚିହ୍ମରେ ମୋହର ମାରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ବିଜେପି ଚାଷୀମାନଙ୍କୁ ଭୁଆଁ ବୁଲାଉ ଥିବାରୁ ତାଙ୍କ ଉପରେ ଭିଷଣ ବର୍ଷି ଥିଲେ । ଏହା ସହିତ କେନ୍ଦ୍ର ସରକାର ଙ୍କର GST ନୀତିରେ କେନ୍ଦୁପତ୍ର ଉପରେ 18 ପ୍ରତିସତର ଓ ମୁଢି ଉପରେ GST କୁ ନେଇ ତଥା ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗେଶ ର ଦରଦାମ ବୃଦ୍ଧି କୁ ନେଇ ବର୍ଷିଥିଲେ ବିଜେଡି ନେତୃବୃନ୍ଦ । ରାଜ୍ୟ ସରକାର ଙ୍କର ବିକାଶ ଓ ଜନହିତକର ଯୋଜନା ଓ ବିଜୁ ଏକ୍ସପ୍ରେସ ୱେ ଭଳି ବହୁମୁଖୀ ଯୋଜନା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଜୀବନଦାୟୀ ଯୋଜନାର ସୁଫଳ ଲୋକଙ୍କୁ କହିଥିଲେ ।

ଏହା ସହିତ ଆଗାମୀ ଉପନିର୍ବାଚନ ରେ ବର୍ଷା ସିଂ ବରିହା ଙ୍କର ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ଆଜିକାର ଏହି ସଭାରେ ପ୍ରାୟ ୫ ହଜାରରୁ ଉର୍ଧ୍ଵ ମହିଳା ଓ ପୁରୁଷ ସଭାରେ ଯୋଗ ଦାନ କରି ହୁଳହୁଳୀ ଓ ହରିବୋଲ ଧ୍ବନୀରେ ସଭାକୁ ପ୍ରକମ୍ପିତ କରିଥିଲେ ।

Leave A Reply

Your email address will not be published.