ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ରସଲପୁରଠାରେ ଥିବା କୁକୁଡ଼ା ଫାର୍ମ ନିକଟରେ ଦୁଇଜଣ କଲେଜ ଛାତ୍ରଛାତ୍ରୀ କଥା ହେଉଥିବା ସମୟରେ ସେମାନଙ୍କୁ ସ୍ଥାନୀୟ ଯୁବକମାନେ ଅଟକ ରଖି ସେମାନଙ୍କ ଫଟୋ ଉଠାଇ ଫଟୋକୁ ଭାଇରାଲ କରିବା ପାଇଁ ଧମକ ଦେଇ ସେମାନଙ୍କ ପାଖରେ ଥିବା 2200 ଟଙ୍କା ,ମୋବାଇଲ ଓ ଗାଡ଼ି ଚାବି ଛଡାଇ ନେଇଯାଇ ସେମାନଙ୍କୁ ନିକଟରେ ଏକ କ୍ଲବ ଘରେ ଦୁଇ ଛାତ୍ରଛାତ୍ରୀଙ୍କୁ ଅଟକ ରଖି ଅଶାଳୀନ ବ୍ୟବହାର ସହ ମାରଧର କରିଥିଲେ ଓ ପରେ ଫୋନପେରେ ଜବରଦସ୍ତି ସେମାନଙ୍କ ନିକଟରୁ 3 ହଜାର ଟଙ୍କା ଜବରଦସ୍ତି ନେଇଥିଲେ । ଏ ସଂକ୍ରାନ୍ତରେ ଜଗତସିଂହପୁର ଥାନାରେ ସମ୍ପୃକ୍ତ ନାବାଳକ ଛାତ୍ର ଏକ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ କେଶର ତଦନ୍ତ ଚାଲୁ କରି ଏଥିରେ ଅଭିଯୁକ୍ତ 5 ଜଣ ଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଛି । ଏଥିନେଇ SDPO ରମେଶ ଚନ୍ଦ୍ର ସିଂହ ଓ IIC ପ୍ରଭାସ ଚନ୍ଦ୍ର ସାହୁ ଏହି ଘଟଣାକୁ ଗମ୍ଭୀର ଭାବେ ନେଇ ତଦନ୍ତ କରୁଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.