ସାମ୍ବିଧାନିକ ସ୍ୱୀକୃତି ପାଇଁ ଏକଜୁଟ ହେଲେ ପଶ୍ଚିମ ଓଡିଶାର ବୁଦ୍ଧିଜିବୀ

0

ବରଗଡ଼ (ଶାସକ ପ୍ରଶାସକ) ବରଗଡ ପୁରୋହିତ ଭବନଠାରେ କୋସଲି କ୍ରିୟାନୁଷ୍ଠାନ  କମିଟୀ ଦ୍ୱାରା କୋସଲି ଭାଷାର ସାମ୍ବିଧାନିକ ସ୍ୱୀକୃତିକୁ ନେଇ ଏକ ଆଲୋଚନା ଚକ୍ର ଆୟୋଯିତ ହୋଇଯାଇଛି । ଏହି ସଭାରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରତିନିଧି ସ୍ଥରୀୟ ବୁଦ୍ଧିଜୀବି ପ୍ରଫେସର ହୃଦମଣି ପ୍ରଧାନ, ନିଲାମ୍ବର ବେହେରା, ନୀଲମଣି ସାହୁ, ଗୋବିନ୍ଦ ନାମଦେବ, ଭିକାରୀ ଚରଣ ମିଶ୍ର, ଦେବେନ୍ଦ୍ର କୁମାର ନଏକ, ନିମାଇଁ ଚରଣ ପାଣିଗ୍ରାହୀ, ପରମେଶ୍ୱର ମୁଣ୍ଡ, ଦିଲୀପ କୁମାର ପସାୟତ, ରଣଜିତ ସିଂ ମହାରଥା, ସୁଶାନ୍ତ ରାଉତରାୟ, ଗୌରାଂଗ ପାଣ୍ଡେ, ମେଘନାଦ ପ୍ରଧାନ, ବଲ୍ଲବ ସାହୁ, ଦିଲୀପ ସରା, ସନାତନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଭିକାରୀ ମିଶ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜି ଏ ଆମ ମାତୃଭାଷା ଅବହେଳିତ ବୋଲି ମତ ରଖିଥିଲେ ତଥା ପଶ୍ଚିମ ଓଡିଶାର ସମସ୍ତ ସାଂସ୍କୃତିକ ଅନୁଷ୍ଠାନକୁ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ ।  ଗବେଷକ ନିମାଇଁ ପାଣିଗ୍ରାହୀ କହିଲେ ଦୀର୍ଘ ବର୍ଷର ଓଡିଆ ଲଦିଦେବା ପରେ ମଧ୍ୟ କୋସଲି ତାର ସ୍ୱାତଂତ୍ରତା ବଜାଇ ରଖିଛି । ଦେବେନ୍ଦ୍ର ନାଏକ କହିଲେ, ଭାଷାକୁ ମାନ୍ୟତା ମିଲିଗଲେ ରାଜ୍ୟ ଆପେ ହୋଇଜିବ । ଅଧ୍ୟାପକ ପରମେଶ୍ୱର ମୁଣ୍ଡ କେମିତି ଅଷ୍ଟମ ସୂଚୀରେ ସାମିଳ ହୋଇପାରିବ ସେ ନେଇ ମତ ପୋଷଣ କରିଥିଲେ । ତ୍ୟାଗ, ଏକତା ଓ ସଂଗଠିତ ହେଲେ ଆମେ ଲକ୍ଷ ହାସିଲ କରି ପାରିବା ବୋଲି ରଣଜିତ ସିଂ ମହାରଥା କହିଥିଲେ । ଆବାହକ ସାକେତ ଶ୍ରୀଭୂଷଣ ସାହୁ ସଭା ସଂଜୋଜନା କରିଥିଲେ । 

 

Leave A Reply

Your email address will not be published.