ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ରାଜନହର ସମ୍ମୁଖରେ ଶିଶୁ ଦିବସ ଉପଲକ୍ଷେ ସ୍ମାର୍ଟ୍ ସ୍କୁଲ ପକ୍ଷରୁ ପଥପ୍ରାନ୍ତ ନୃତ୍ୟ ନାଟିକା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ସ୍କୁଲର ଶିଶୁ କଳାକାର ମାନେ ସୁନ୍ଦର ନୃତ୍ୟ ମାଧ୍ୟମରେ ଶିଶୁ କନ୍ୟା ଭୃଣ ହତ୍ୟା ବିରୋଧରେ , ବେଟି ପଢ଼ାଓ ବେଟି ବଚାଓ , ମହିଳା ନିର୍ଯ୍ୟାତନା ଦୂରୀକରଣ ଇତ୍ୟାଦି ବିଷୟରେ ସାମାଜିକ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥି ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଡ଼ାକ୍ତର ଅନିଲ ଆଚାର୍ଯ୍ୟ , ଅନୁଷ୍ଠାନର ଅଧ୍ୟକ୍ଷା ସ୍ୱାଗତିକା ଆଚାର୍ଯ୍ୟ ଉପସ୍ଥିତ ଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ମନୋଜ କର , ଲିନା କର , ଗ୍ରେସ ସାମଲ , ଶୁଭେନ୍ଦୁ ସେନାପତି , ରଞ୍ଜିତା ପଟ୍ଟନାୟକ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post