ସନ୍ଧି ଜମି ବିବାଦକୁ ନେଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ

0 3

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ଭାଲୁମାସ୍କା ଗାଁର ଲୋକେ ସନ୍ଧି ଜମି ବିବାଦକୁ ନେଇ ତହସିଲଦାର ସୁଧାକର ରଇତ ଙ୍କୁ ଲିଖିତ ପତ୍ର ପ୍ରଦାନ କରିଛନ୍ତି ।ଉକ୍ତ ପତ୍ରରେ ଭାଲୁମାସ୍କା ମୌଜା ରେ ଥିବା ୧୫ଏକର ସରକାରୀ ଜଙ୍ଗଲ ଜମି କୁ ପୂର୍ବ ପୁରୁଷ ଠାରୁ ଜଙ୍ଗଲ ସଫା କରି ସେଥିରେ ଚାଷ କରି ପରିବାର ଭରଣପୋଷଣ କରିଆସୁଥିଲୁ । ଏହି ଗ୍ରାମର ଲୋକମାନେ ସମସ୍ତେ ଭୂମି ହୀନ ଗରିବ ଆଦିବାସୀ ଅଟନ୍ତି ।ଏହି ସରକାରୀ ଜମି ରେ ଚାଷ କରି ଚଳୁଥିବା ଦେଖି ଶିକରପାଇ ରାଜସ୍ୱ ଅଧିକାରି ନିକଟସ୍ଥ ବର୍ତ୍ତି ପେଣ୍ଡପ୍ରସ୍କା ଗ୍ରାମର ମୁଗୁରି ପ୍ରାସ୍କା,ଜେଟୁ ପ୍ରାସ୍କା,ମୁଗୁରି ପିଡିସିକା, କାଣିକା ଲସିନ୍ତ ଙ୍କୁ ନେଇ ଚଳିତ ମାସ୧୧ତାରିଖ ଦିନ ଚେନ ପକାଇ ମାପି ଦେଇଥିଲେ ,ତାହା କେଉଁ ନିୟମ ରେ ଚାଷ ହେଉଥିବା ଜମିକୁ ଅନ୍ୟ ଗ୍ରାମର ଲୋକଙ୍କୁ ଡକାଇ ଜମି ମାପି ଯୋଗାଇଦେଉଥିଲେ ।ଏହାକୁ ନେଇ ତୁରନ୍ତ ସମାଧାନ କରିବା ପାଇଁ ଲିଖିତ ଦେଇଥିଲେ ।ନଚେତ ଭାଲୁମାସ୍କା ଗ୍ରାମବାସୀ ରାଜରାସ୍ତାକୁ ଓଲ୍ଲାଇବାକୁ ପଛାଇବୁ ନାହିଁ ବୋଲି ପ୍ରାକ୍କା ଦାସିରି,ରାଜୁ ପ୍ରାକ୍କା, କାଡ୍ରାକା ସଦନ,ହିକକା ଅଞ୍ଚ, ରାମାରାଓ ପ୍ରାସ୍କା, ହିକକା ଜାଣ୍ଡୁ, କୃଷିକା ସନିଆ ପ୍ରମୁଖ ଲିଖିତ ଦେଇଛନ୍ତି ।ଏହାକୁ ନେଇ ସ୍ଥାନୀୟ ଥାନାରେ ଲିଖିତ ଦେଇଥିବାରୁ ତାହାକୁ ପୁଲିସ ମନା କରିଥିବା ଭାଲୁମାସ୍କା ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.