ଭୁବନେଶ୍ୱର : ପାରସ୍ପରିକ ସହଭାଗିତା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କମଭିଭା ଟେକ୍ନିନୋଲୋଜିସ୍ ମଧ୍ୟରେ ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ଡିଜିଟାଲ ପେମେଂଟ, ରିଅଲ୍ ଟାଇମ୍ ମାର୍କେଟିଂ ଏବଂ ଆନାଲିଟିକ୍ସ ଓ ଡିଜିଟାଲ୍ ସଲ୍ୟୁସନ୍ କ୍ଷେତ୍ରରେ ବ୍ୟବହାରକାରୀ ମାନଙ୍କୁ ଅଧିକ ଅଭିଜ୍ଞ କରାଇବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।
ଏହି ଅବସରରେ ସୋଆ ପକ୍ଷରୁ ପ୍ରଫେସର ନନ୍ଦ ଏବଂ କମଭିଭା ଟେକ୍ନୋଲୋଜିସ୍ ପକ୍ଷରୁ ମାନବ ସମ୍ବଳ ମୁଖ୍ୟ ଶ୍ରୀମତି ବୈଷ୍ଣବୀ ଶୁକ୍ଳା ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।
ଏହି ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏବଂ କମଭିଭା ଟେକ୍ନୋଲୋଜିସ୍ର ସିଇଓ ଶ୍ରୀ ମନୋଜରଂଜନ ମହାପାତ୍ର ଉପସ୍ଥିତ ଥିଲେ ।
ଏହି ବୁଝାମଣା ଦ୍ୱାରା ଛାତ୍ରଛାତ୍ରୀ ମାନେ ଆଧୁନିକ ଡିଜିଟାଲ ଟେକ୍ନୋଲୋଜିସ୍ ସହ ଜଡିତ ହୋଇପାରିବେ ଏବଂ ଶିଳ୍ପ କ୍ଷେତ୍ରରେ ନୂତନ ସୁଯୋଗ ପାଇବା ନିମନ୍ତେ ଏହା ସେମାନଙ୍କୁ ସହାୟକ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ସୋଆ ସହିତ କମଭିଭା ଯୋଡି ହୋଇ ଇଂଟନ୍ସିପ୍ ପ୍ରୋଗ୍ରାମ ଏବଂ ମିଳିତ ପ୍ରୋଜେକ୍ଟ ପ୍ରସ୍ତୁତ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ଅବସରରେ କମ୍ପାନୀର ସିଇଓ ଶ୍ରୀମତି ସୁଚିତ୍ରା ପଟ୍ଟନାୟକ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଡିସ୍ନାଲ୍ ଡିନ୍(ରିସର୍ଚ୍ଚ) ଡକ୍ଟର ପ୍ରିୟବ୍ରତ ପଟ୍ଟନାୟକ, ହେଡ୍(ଇଣ୍ଡଷ୍ଟ୍ରି ଏନଗେଜମେନ୍ଟ) ଶ୍ରୀ ରିପ୍ତି ରଂଜନ ଦାଶ ଏବଂ ହେଡ୍ (ଟ୍ରେନିଂ) ଶ୍ରୀ ସୁମିତ୍ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post