ବାଧ୍ୟତାମୂଳକ ଧାର୍ମିକ ପରିବର୍ତ୍ତନ ବନ୍ଦ ନହେଲେ “ଅତ୍ୟନ୍ତ ଜଟିଳ ପରିସ୍ଥିତି” ସୃଷ୍ଟି ହେବ : ସୁପ୍ରିମ କୋର୍ଟ

0 2

ନୂଆଦିଲ୍ଲୀ : ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନକୁ ଏକ “ଗୁରୁତର” ପ୍ରସଙ୍ଗ ବୋଲି ଅଭିହିତ କରିବା ସହ ଏହାରି ଉପରେ ଅଙ୍କୁଶ ଲଗାଇବା ପାଇଁ ଆନ୍ତରିକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ସୋମବାର ପରାମର୍ଶ ଦେଇଛନ୍ତି | ଯଦି ବାଧ୍ୟତାମୂଳକ ଧାର୍ମିକ ପରିବର୍ତ୍ତନ ବନ୍ଦ ନହୁଏ ତେବେ ଏକ “ଅତ୍ୟନ୍ତ ଜଟିଳ ପରିସ୍ଥିତି” ସୃଷ୍ଟି ହେବ ବୋଲି ଚେତାବନୀ ମଧ୍ୟ ଦେଇଛି।
ପ୍ରଲୋଭନ ମାଧ୍ୟମରେ ଚାଲିଥିବା ଏଭଳି ଅଭ୍ୟାସକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜଷ୍ଟିସ ଏମ ଆର ଶାହା ଏବଂ ହିମା କୋହଲିଙ୍କ ଏକ ବେଞ୍ଚ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ। “ଏହା ଅତ୍ୟନ୍ତ ଗମ୍ଭୀର ବିଷୟ। ବାଧ୍ୟତାମୂଳକ ରୂପାନ୍ତର ବନ୍ଦ କରିବା ପାଇଁ କେନ୍ଦ୍ର ଦ୍ୱାରା ଆନ୍ତରିକ ଉଦ୍ୟମ କରିବାକୁ ପଡିବ। ନଚେତ୍ ବହୁତ କଷ୍ଟଦାୟକ ପରିସ୍ଥିତି ଆସିବ। ତେଣୁ ଏଭଳି ଅଭ୍ୟାସକୁ ବନ୍ଦ କରିବାକୁ କେନ୍ଦ୍ର କି କି ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି ତାହା ଏକ ସତ୍ୟପାଠ ଜରିଆରେ ଦାଖଲ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି |

Leave A Reply

Your email address will not be published.