ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )- ଆଜି ଦିନ ୧୧ ଟା ସମୟ ରେ ପାଟଣାଗଡ଼ ତହସିଲଦାର ଲକ୍ଷଣ ମାଝି ଓ ପାଟଣାଗଡ଼ ରାଜସ୍ବ ନିରିକ୍ଷକ ଏକ ସୂତ୍ରରୁ ଖବର ପାଇଁ ଧୁବଲାପଡା ନିକଟର ମାୟାବତୀ ନଦି ବାଲିଘାଟ ଉପରେ ଚଢ଼ାଉ କରିଥିଲେ । ଉକ୍ତ ବାଲିଘାଟ ରେ ଦାୟିତ୍ୱରେ ଥିବା ମୁନସୀ ବୈକୁଣ୍ଠ ଧରୁଆ ଙ୍କୁ ରସିଦ ମାଗିଥିଲେ । ମୁନସୀ ଜଣକ ସରକାରୀ ନିୟମ ଅନୁସାରେ ନାମ, ଠିକଣା ,ସମୟ,ୱ।ଇଫର୍ମ ରେ ସଠିକ୍ ତଥ୍ୟ ରସିଦରେ ନଥିବା ସହ ଜେରକ୍ସର ନକଳି ରସିଦ କାଟୁଥିବା ତହସିଲଦାର ଶ୍ରୀ ମାଝୀ ଦେଖିବାକୁ ପାଇଁ ଥିଲେ ।ୱଇଫର୍ମ ରେ ନକଳି ରସିଦ ଥିବା ସହ ଅନ୍ୟ ଜିଲ୍ଲାଗୁଡିକରୁ ବାଳି ଉଠାଯାଇଥିବାର ଲେଖା ଯାଇଥିବା ତହସିଲଦାର ଶ୍ରୀ ମାଝୀ ଦେଖିବାକୁ ପାଇଥିଲେ । ସରକାରୀ ନିୟମ ଅନୁଯାୟୀ ଗୋଟିଏ ବର୍ଷ ପାଇଁ ୮ ଶହ ଟ୍ରିପ ବାଳି ଉଠାଇବାର ବ୍ୟବସ୍ଥା ସେହି ଘାଟରୁ ରହିଅଛି ।କିନ୍ତୁ ଲିଜ୍ ରେ ନେଇ ଥିବା ଠିକାଦାର ପ୍ରେମାନନ୍ଦ ପ୍ରଧାନ ସରକାରୀ ନିୟମ ନ ମାନି ବେଆଇନ ଭାବରେ ବାଲି ଚୋରାଚାଳଣା କରୁଥିଲେ ।ତହସିଲଦାର ଦୁଇଟି ବହି ନଂ ୩୮୬୫୨ ଓ ୩୮୬୬୭ ଓ ଦୁଇଟି ଖାତା , ରିଜିଷ୍ଟର ସହ ୧୩ ୱ।ଇଫାର୍ମ ଖାତା କୁ ଜବତ କରିଥିଲେ ଓ ଉକ୍ତ ବାଲି ଘାଟ କୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟାନ୍ତ ବନ୍ଦ କରିବାକୁ ତହସିଲଦାର ଶ୍ରୀ ମାଝି ନିର୍ଦ୍ଧେଶ ଦେଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Prev Post