ସର୍ଗିବାହାଲ ଠାରେ ପଞ୍ଚାୟତ ସ୍ତରୀୟ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0 2

ପଦ୍ମପୁର: ଆଜି ପଦ୍ମପୁର ୨ନଂ ଜୋନ୍ ର ସର୍ଗିବାହାଲ ପଞ୍ଚାୟତରେ ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ପର୍ଯ୍ୟବେକ୍ଷକ ଶିଶିର ରଞ୍ଜନ ପରିଜାଙ୍କ ଉପସ୍ଥିତିରେ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି,ମୁଖ୍ୟ ନେତୃମଣ୍ଡଳୀ ଙ୍କୁ ନେଇ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଓ୍ବାଡ କମିଟି ଗଠନ, ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବା ସହିତ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପ୍ରଚାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବହୁ ମାତ୍ରାରେ କର୍ମୀ ସାମିଲ ହେବେ ସେଥିପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ସହ ସମ୍ପାଦକ ସଞ୍ଜିତ ମହାନ୍ତି, ପଞ୍ଚାୟତ ସଭାପତି ଚିତ୍ରସେନ ବେହେରା, ନାରାୟଣ ସେଠ, ବିଜୟ ମଲ୍ଲିକ ତଥା ପଞ୍ଚାୟତ ର ଶତାଧିକ କର୍ମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.