ମୁଦଘାଟ୍‌ ଗାଁକୁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷିତ

0 2

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ପଟଣାଗଡ ବ୍ଲକ ଅନ୍ତର୍ଗତ ମୁଦଘାଟ୍‌ ଗ୍ରାମକୁ ଆଜି ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱଳ୍ପ ସଂଚୟ ସଂଗଠନ ଓ ଡାକ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷିତ କରାଯାଇଛି । ଧୁବଲପଡା ସରପଞ୍ଚ କସ୍ତୁରି ଭୋଇ, ନାଏବ ସରପଞ୍ଚ ରୁପା ଧରୁଆ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିଜୟ ଶତପଥି, ସିନିଅର ମ୍ୟାନେଜର ସନ୍ତୋଷ ମେହେର, ପୋଷ୍ଟାଲ ଇନ୍ସପେକ୍ଟର ମନ୍ଦିର ବେହେରା, ଭାରତୀୟ କିଷାନ ସଂଘ ସଭାପତି କିଶୋର ଭୋଇ, ପୋଷ୍ଟାଲ୍‌ ଓଭରସିଅର ଚନ୍ଦ୍ରମଣି ମେହେରଙ୍କ ସହିତ ଅନନ୍ତ ପ୍ରଧାନ, ବିଷ୍ଣୁପ୍ରିୟା ସାହୁ ଓ ରସାନନ୍ଦ ରଣା ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ଅଧିକାରୀ ଶ୍ରୀ ଶତପଥି ଗ୍ରାମକୁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷଣା କରିବା ସହିତ ଯୋଜନାର ବିଭିନ୍ନ ଦିଗ ଉପରେ ଗ୍ରାମବାସୀଙ୍କୁ କହିବା ସହ ଏହାର ସୁଯୋଗ ନେଇ ପାରିଲେ ଗ୍ରାମବାସୀ ତଥା ତାଙ୍କ ଆସନ୍ତା ପିଢି ବେଶ ଉପକୃତ ହୋଇ ପାରିବେ ବୋଲି ବୁଝାଇଥିଲେ । ସେହିପରି ଅନ୍ୟ ବକ୍ତାମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇବା ପାଇଁ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ ।

Leave A Reply

Your email address will not be published.