ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ଗୟଳସିଂହ ସଂରକ୍ଷିତ ଜଙ୍ଗଲ ନୋତରପଲ୍ଲୀ ଅଞ୍ଚଳରେ ହାତୀ ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବା ଜଣାପଡିଛି।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୨ ହାତୀ ଗୟଳସିଂହ ପାହାଡ଼ ଅନ୍ତର୍ଗତ ନୋତରପଲ୍ଲୀ ଅଞ୍ଚଳରେ ପ୍ରବେଶ କରିଥିଲେ। ଏହି ସମୟରେ ଗୋଡିପଲ୍ଲୀ ଗ୍ରାମର ରମେଶ ଚନ୍ଦ୍ର ଦାସଙ୍କର ପ୍ରାୟ ୬ ଏକର ଜାଗାରେ ଲଗିଥିବା ଅମଳକ୍ଷମ ଧାନ ଗଛ ଖାଇବା ସହ ମାଡ଼ି ଦଳି ନଷ୍ଟ କରି ଦେଇଛନ୍ତି।ହାତୀଙ୍କୁ ଘଉଡାଇବା ପାଇଁ ରମେଶ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଲୋଡିଥିଲେ ମଧ୍ୟ ବିଫଳ ହୋଇଥିଲେ । ଫଳରେ ଜମିର ଧାନଫସଲ ସହିତ ସେଠାରେ ଲାଗିଥିବା ବାଇଗଣ, କାକୁଡି, ଆଖୁ, ଝୁଲଣ ପ୍ରଭୃତି ନଷ୍ଟ କରିଦେଇଥିଲେ। ଫସଲ ଚାଷ ଉଦ୍ଦେଶ୍ୟରେ ରଖାଯାଇଥିବା ଏକ ପାୱାର ଟିଲରକୁ ମଧ୍ୟ ହାତୀ ଭାଙ୍ଗି ଦେଇଛନ୍ତି ହାତୀ। ଯାହା ଫଳରେ ରମେଶଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡିପଡିଛି। ନଷ୍ଟ ହୋଇଥିବା ଫସଲର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି।ରମେଶ ଏ ସଂକ୍ରାନ୍ତରେ ବନବିଭାଗର କର୍ମଚାରିଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା କୋୖଣସି ସୁଫଳ ମିଳିପାରି ନଥିଲା । ବାରମ୍ବାର ହାତୀ ଉପଦ୍ରବ ଘଟୁଥିଲେ ସୁଦ୍ଧା କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଯାହା ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୁରଣ ଦେବା ନିମନ୍ତେ ଅଞ୍ଚଳବାସୀ ଦାବି ଜଣାଇଛନ୍ତି । ଅନ୍ୟପକ୍ଷରେ ବନାଞ୍ଚଳ ଅଧିକାରୀ ଆଶିଷ କଅଁର କୁହନ୍ତି, ବନ ବିଭାଗ ଘଟଣା ବିଷୟରେ ଅବଗତ ଅଛି। ଚାଷୀଙ୍କର ହାତୀଙ୍କ ଦ୍ଵାରା କ୍ଷୟକ୍ଷତି ତଦନ୍ତ ପରେ କ୍ଷତିପୁରଣ ଯୋଗାଇ ଦିଆଯିବ
Sign in
Sign in
Recover your password.
A password will be e-mailed to you.