ଭୁବନେଶ୍ୱର: ଭାରତର ସାମୁଦ୍ରିକ ପରଂପରା, ଏହାର ବର୍ତମାନର ସ୍ଥିତି ଏବଂ ଭବିଷ୍ୟତର ସମ୍ଭାବନାକୁ ନେଇ ଶିକ୍ଷା ମନ୍ତ୍ରଣାଳୟର ପରିଚାଳିତ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ ଡିଭିଜନ୍), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ କଟକ ଠାରେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଗୁରୁବାର ଉଦ୍ଯାପିତ ହୋଇଯାଇଛି ।
ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ମଙ୍ଗଳବାର ଏହାର ଉଦ୍ଘାଟନ ପରେ ପରର୍ବତୀ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଭିନ୍ନ ପାନେଲ୍ ଆଲୋଚନା ଏବଂ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାର ଉତ୍କର୍ଷକୁ ନେଇ୨୦୪୭ ସୁଦ୍ଧା ଦେଶର ସାମୁଦ୍ରିକ ଭବିଷ୍ୟତ ବିଷୟରେ ଏକ ଦସ୍ତାବିଜ ପ୍ରସ୍ତୁତ କରାଯିବ ।
ଏହି କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ଉପରେ ପ୍ରସ୍ତୁତ ଧାରା ପର୍ଯ୍ୟାୟର ୬ଷ୍ଠ ସଂସ୍କରଣ ହୋଇଥିବା ବେଳେ ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ପ୍ରଥାକୁ ନେଇ କଟକ ଠାରେ ଆୟୋଜିତ ହେଉଥିବା ବାଲିଯାତ୍ରା ସହିତ ଆୟୋଜନ କରାଯାଇଥିଲା ।
ସମ୍ମିଳନୀରେ ଉପସ୍ଥିତ ଥିବା ବିଶେଷଜ୍ଞମାନେ ଭବିଷ୍ୟତରେ ଭାରତୀୟ ସାମୁଦ୍ରିକ ସକ୍ଷମତା ଆଧୁନିକ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଓ ନୂତନ ଜ୍ଞାନ ଦକ୍ଷତା ଉପରେ ନିର୍ଭର କରିବ ବୋଲି ମତ ପ୍ରକାଶ କରିଥିଲେ ।
ସେହିପରି ସାମୁଦ୍ରିକ ପରଂପରାକୁ ନେଇ କିଭଳି ଅଧିକ ଗବେଷଣା କରାଯାଇପାରିବ ଏବଂ ଏ ବିଷୟରେ ସଚେତନତା ସୃଷ୍ଟି କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
ଏହି ସମ୍ମିଳନୀରେ ସାମୁଦ୍ରିକ ଇତିହାସ: ଅବସ୍ଥାନ, ଜାହାଜ ନିର୍ମାଣ ଓ ଚଳାଚଳ, ସଂଗ୍ରହାଳୟ ମାଧ୍ୟମରେ ସାମୁଦ୍ରିକ ପରମ୍ପରାର ସଂଯୋଗ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନ ପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀକ ଆଇନ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି ସମ୍ମିଳନୀରେ ବିଶେଷଜ୍ଞ ଭାବେ ପ୍ରଫେସର କିଶୋର କେ. ବାସା, ଭାଇସ୍ ଆଡମିରାଲ୍ ରମନ୍ ପୁରୀ (ଅବସରପ୍ରାପ୍ତ), ଭାଇସ୍ ଆଡମିରାଲ୍ ଶେଖର ସିହ୍ନା (ଅବସରପ୍ରାପ୍ତ), ଡକ୍ଟର ଅମିତ କୁମାର, ଡକ୍ଟର ଲଳିତେନ୍ଦୁ ମହାପାତ୍ର, କମୋଡର ଓଡାକଲ୍ ଜନ୍ସନ୍ (ଅବସରପ୍ରାପ୍ତ), କମୋଡର ଶ୍ରୀକାନ୍ତ କେ. କେସନୁର (ଅବସରପ୍ରାପ୍ତ), ଶ୍ରୀମତି ଶ୍ରେୟଙ୍କା ବାସୁ, ଶ୍ରୀ ସ୍ୱରୁପ ଭଟ୍ଟାଚାର୍ଯ୍ୟ, କମାଣ୍ଡର ନୀନାଦ ପାଥେରଫେକର (ଅବସରପ୍ରାପ୍ତ), ଶ୍ରୀ ରାଜେଶ ମହାନ୍ତି, ପ୍ରଫେସର ପତିତପାବନ ମିଶ୍ର, ପ୍ରଫେସର ପଙ୍କଜ ଝା, କମୋଡର ସୋମେନ୍ ବାନାର୍ଜୀ, ଡକ୍ଟର ସୁନୀଲ୍ ପଟ୍ଟନାୟକ, ପ୍ରଫେସର ରାଜାରାମ ପଣ୍ଡା, ଶ୍ରୀମତି ରାଧିକା ଡାଗା, ଶ୍ରୀ ସନାତନ ଜେନା, ଡିଆଇଜି, ଡକ୍ଟର ମୋନିକା ବର୍ମା, ଶ୍ରୀ ଆନନ୍ଦ ନର୍ସିଂହନ୍ ଏବଂ ପ୍ରଫେସର ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.