ବିବେକାନନ୍ଦ ବିଦ୍ୟାମନ୍ଦିରରେ ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଶପଥ

0

ରାଉରକେଲା/ସୁଶାନ୍ତ ବେହେରା : ସେକ୍ଟର-୧୮ ସ୍ଥିତ ବିବେକାନନ୍ଦ ବିଦ୍ୟାମନ୍ଦିର ମଧ୍ୟା ଇଂରାଜୀ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନର ପ୍ରଥମ ଦିନରେ ଶପଥ ପାଠ କାର୍ଯ୍ୟକ୍ରମ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ବିଷୋୟୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତି ର ଉପସଭାପତି ମହେନ୍ଦ୍ର ମିଶ୍ର ଓ ଯୁଗ୍ମ ସମ୍ପାଦକ ସଞ୍ଜୀବ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ବିଶେଷ କରି ଛାତ୍ରଛାତ୍ରୀମାନେ ନିଜେ ନିଜର ବିଦ୍ୟାଳୟ ଓ ଘର ସମେତ ଆଖପାଖ ଅଞ୍ଚଳକୁ ଯଥାସମ୍ଭବ ସଫାସୁତରା ରଖିବା ପାଇଁ ଚେଷ୍ଟା କରିବା ପାଇଁ ଶ୍ରୀ  ମିଶ୍ର ଓ ଶ୍ରୀ ନାୟକ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସରକାରୀ ନିର୍ଦ୍ଦେଶାବଳି ମୁତାବକ ଶ୍ରୀମତୀ ବିଷୋୟୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛତା ସମ୍ପର୍କୀତ ଶପଥ ପାଠ କରାଇଥିଲେ। ଏଥିରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ସାମିଲ ହୋଇ ସ୍ୱଚ୍ଛତା ଶପଥ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିବାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାରାଣୀ ବିଶ୍ୱାଳ, ତପସ୍ୱିନୀ ପତି, ରୁନୁ ବେହେରା, ରାଜେଶ୍ୱରୀ ପଟ୍ଟନାୟକଙ୍କ ସମେତ ପଲ୍ଲବୀ ଓ ଶିକ୍ଷକ ସଞ୍ଜୟ ତନ୍ତୀ ଏବଂ କର୍ମଚାରୀ ଆନନ୍ଦ ମଲ୍ଲିକ୍‌, କୁନ୍ତଳା ମଲ୍ଲିକ୍‌ ପ୍ରମୁଖ ସହଯୋଗ କରିଥିଲେ। ସରକାରୀ ସୂଚନା ମୁତାବକ ସେପ୍ଟେମ୍ବର ମାସସାରା ସ୍ୱଚ୍ଛତା ସମ୍ପର୍କୀତ ବିଭିନ୍ନ ବିଷୟ ଉପରେ କାର୍ଯ୍ୟକ୍ରମ ବିଦ୍ୟାଳୟ ପକ୍ଷରୁ ଜାରି ରହିବ।  

Leave A Reply

Your email address will not be published.