ଧର୍ମେଶ୍ଵର ପୀଠରେ ଷଷ୍ଠ ବାର୍ଷିକ ଭାଗବତ ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ

0 2

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପଳମାଧବ ପଂଚାୟତ ରେ ଥିବା ପାତାଳ ଫୁଟା ବହୁ ପୁରାତନ ଶୈବ ପୀଠ ଧର୍ମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଷଷ୍ଠ ବାର୍ଷିକ ଉପଲକ୍ଷେ ଶ୍ରୀମଦ ଭାଗବତ ସପ୍ତାହ ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ୯ ତାରିଖ ଠାରୁ ଆରମ୍ଭ ହୋଇଯାଇଛି l ଉଦଘାଟନ କାର୍ଯ୍ୟକ୍ରମ ରେ ରେଢ଼ୁଆ ଆଶ୍ରମର ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ୭ ଦିନ ଧରି ଚାଲିବାକୁ ଥିବା ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ରେ ନାଉଗାଁ ତିହୁଡି ଆଶ୍ରାମର ଶ୍ରୀ ଶ୍ରୀ ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ଶିଷ୍ୟ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜ ପ୍ରବକ୍ତା ଭାବେ ଯୋଗଦେଇ ଭାଗବତ ମାହାତ୍ମ୍ୟ ଓ ଶୁକ ପରୀକ୍ଷିତ ସମ୍ବାଦ, କପିଳ ଦେବହୂତି ସମ୍ବାଦ, ଧ୍ରୁବ ଚରିତ ଓ ପୁରଞ୍ଜନ ଉପାଖ୍ୟାନ, ଜଡ଼ ଭରତ, ପ୍ରହ୍ଲାଦ ଚରିତ, ବାଲିବମାନ ପ୍ରସଙ୍ଗ, ଶ୍ରୀକୃଷ୍ଣ ଜନ୍ମ, ନନ୍ଦଉତ୍ସବ, ବାଲ୍ୟଲିଳା ଆଦି ଜଗନ୍ନାଥ ସଂସ୍କୃତି ଉପରେ ପ୍ରବଚନ ଦେଉଥିବା ଦେଖାଯାଇଛି l ପୂଜକ ବିଷ୍ଣୁ ଚରଣ ପାଢ଼ୀ, କମିଟିର ସଭାପତି ଖିରୋଦ ମହାନ୍ତି, ସମ୍ପାଦକ ଆଶିଷ କୁମାର ସେଠି, ଉପଦେଷ୍ଟା ପଦ୍ମନାବ ବିଶ୍ୱାଳ, ସନ୍ତୋଷ ଦାସ, ସୁରେନ୍ଦ୍ର ନାଥ ଖୁଣ୍ଟିଆ, ସୁଶାନ୍ତ କୁମାର ନାୟକ, କେଳୁ ଚରଣ ଲେଙ୍କା, ସନ୍ତୋଷ ମହାନ୍ତି, ଗୌରାଙ୍ଗ ବେହେରା, ପରୀକ୍ଷିତ ସେଠି, ଶିବଶ୍ଚ ଲେଙ୍କା, ହରେ କୃଷ୍ଣ ଆଚାର୍ଯ୍ୟ, ଗଗନ ମହାନ୍ତି, ନୀଳମଣି ଶତପଥି, ନୃସିଂହ କୁମାର ନାୟକ, ବାନ୍ଧବଟି ସଂକୀର୍ତନ ମଣ୍ଡଳୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବାବେଳେ ଅତିଥି ଭାବେ ବିଭିନ୍ନ ସନ୍ଧ୍ୟା ରେ ବୋଧେଇ ସରପଞ୍ଚ ଯଶ୍ମିନ ଆଚାର୍ଯ୍ୟ, ପିପାଳମାଧବ ସରପଞ୍ଚ ଅଶୋକ କୁମାର ନାୟକ, ରାହାମା ଭାଗବତ ପ୍ରଚାର ସମିତି ର ଡ଼ଃ. ସୁନାକାର ବେହେରା, ବାବାଙ୍କ ଶିଷ୍ୟ ସୌଭାଗ୍ୟ ସ୍ୱାଇଁ, ତିର୍ତ୍ତୋଲ ସାମ୍ବାଦିକ ସଙ୍ଘର ସମ୍ପାଦକ ତଥା ଆଇନଜୀବୀ ଟୁକନ ଚରଣ ସେଠି, ସାମ୍ବାଦିକ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ଘୃତ ଯଂଜ୍ଞ, ଆଳତୀ, ପାର୍ଥନା, ଭଜନ କୀର୍ତ୍ତନ, ପ୍ରବଚନ, ପାରାୟଣ ଓ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ହୋଇଥିଲା l ୪ ଟି ପଂଚାୟତ ର ଶ୍ରଦ୍ଧାଳୁ ମାନେ ଯୋଗଦେଇ ଭାଗବତ ରସାମ୍ବୃତ ପାନ କରିଥିବା ଦେଖିବାକୁ ମିଳିଥିଲା l

Leave A Reply

Your email address will not be published.