କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ମାଣ୍ଡିବିସି ସଦର ମହକୁମା ହଳିଆ ସାହିରେ ପୋଲିସ ସ୍କ୍ୱାଡ ର ପକ୍ଷରୁ ଅଭିନବ ଉପାୟରେ ଜଣଙ୍କ ଘରୁ ପ୍ରାୟ ୧୨ କେଜି ଗଞ୍ଜେଇ ଜବତ କ ରାଯାଇ ଜଣଙ୍କୁ ଗିରଫ କରିଥିବାବେଳେ ସେ ଘଟଣା ରେ ସମ୍ପୃକ୍ତ ଥିବା ଅନ୍ୟ ଜଣଙ୍କୁ ଦୋରାଗୁଡା ଥାନା ଅନ୍ତର୍ଗତ ଡଙ୍ଗାସିଲ ଗ୍ରାମରୁ ଗିରଫ କରାଯାଇଛି । ଏଘଟଣା କୁ ନେଇ କାଲି ଦିନତାମାମ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରୀରଖିଥିବା ବେଳେ ଆଜି ଅପହରାଂହ ସମୟରେ ମାଜିଷ୍ଟ୍ରେଟ ଦାଇତ୍ୱ ରେ କାଶୀପୁର ତହସିଲଦାର ଙ୍କର ଉପସ୍ଥିତିରେ ଉକ୍ତ ମାମଲାର ଚୂଡାନ୍ତ କାର୍ଯ୍ୟ କୁ ଅନ୍ତିମ ସ୍ବର୍ଶ୍ୱ ଦିଆଯାଇଥିବା ବେଳେ ଆସନ୍ତା କାଲି ବୁଧବାର ଦିନ ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବାର ସୂଚନା ମିଳିଛି ।
ମିଳିଥିବା ସ୍ତାନୀୟ ସୂଚନା ପ୍ରକାରେ ଶେଷ ସୋମବାର ପାଇଁ ଗାଁ ରେ ସମସ୍ତେ ବ୍ୟସ୍ତ ପ୍ରାୟ ରହିଥିବା ବେଳେ ପୋଲିସ ଜାଲ ରେ କେମେଲ ମାଝି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଛନ୍ଦି ହେଇଯାଇଥିଲା । କେମେଲ ମାଝି ନିଜ ଗାଁ ମାଣ୍ଡିବିଶି ରେ ଏକ ତେଜରାତି ଦୋକାନ ସହିତ ଦୀର୍ଘ ଦିନ ଧରି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତି ଥିଲା । ହଟାଥ ସୋମବାର ଦିନ ଦ୍ବୀପହରରେ ଅଭିନବ ଉପାୟରେ ଜିଲ୍ଲା ସ୍କ୍ୱାଡ ପୋଲିସ ର ଦୁଇଜଣ କର୍ମଚାରୀ ଛଦ୍ମ ବେଶରେ ଗଞ୍ଜେଇ କିଣିବା ବାହାନାରେ ଆସି କେମେଲ ର ତେଜରାତି ଦୋକାନ ରେ ପହଞ୍ଚିଥିଲେ । ଉଭୟ ପକ୍ଷରୁ ମୁଲଚାଲ ହେବା ପରେ କେମେଲ ମାଝି ସେ ଗ୍ରାହକ ଦ୍ୱୟ ଙ୍କୁ ହଳିଆ ସାହି ନିଜ ଘରକୁ ନେଇ ଗଛିତ ଥିବା ଗଞ୍ଜେଇ ଦେଖାଇଥିଲା । ଗଞ୍ଜେଇ ଦେଖିବା ସମୟ ମଧ୍ୟରେ ପୂର୍ବରୁ ଛପିରହିଥିବା ଅନ୍ୟ ସ୍କ୍ୱାଡ ପୋଲିସ ବୋଲେରୋ ଗାଡ଼ିରେ ହଟାଥ ପହଞ୍ଚି ଅତର୍କିତ ଭାବେ କେମେଲ ମାଝି ଙ୍କୁ କାବୁ କରିବା ସହିତ ଘର ରେ ଥିବା ଗଞ୍ଜେଇ ସବୁ ଜବତ କରିଥିଲେ । ପରବର୍ତ୍ତୀ ସମୟରେ କେମେଲ ମାଝି ଙ୍କୁ କାଶୀପୁର ଥାନା ପୁଣି ଦୋରାଗୁଡା ଥାନା କୁ ଆଣି ସ୍କ୍ୱାଡ ଓ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏଘଟଣା ରେ ସମ୍ପୃକ୍ତ ଥିବା ଦୋରାଗୁଡା ଥାନା ଅନ୍ତର୍ଗତ ଡଙ୍ଗାସିଲ ଗ୍ରାମରୁ ଅନ୍ୟ ଏକ ଅଭିଯୁକ୍ତ ଯଦୁ ନାୟକ ଙ୍କୁ ଆଜି ତାଙ୍କ ଘରେ ବେଆଇନ ଗଞ୍ଜେଇ ଗଛିତ ଓ ଚୋରା ଚାଲାଣ କରୁଥିବା ମାମାଲରେ ପୋଲିସ ତାଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ଜବତ କରିଛି । ଉଭୟ ଅଭିଯୁକ୍ତ ଙ୍କୁ ୧୪୩/୨୨ ନମ୍ବର ରେ ଏକ ମାମଲା କାଶୀପୁର ଥାନାରେ ରୁଜୁ କରାଯାଇ ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡୁଥିବାବେଳେ ଏସଂକ୍ରାନ୍ତରେ ଦୁଇଦିନ ଧରି କେତେ ପରିମାଣ ଗଞ୍ଜେଇ ଜବତ କରାଯାଇଛି ସୂଚନା ନିମନ୍ତେ ପୋଲିସ କୁ ଘଟଣା ସମ୍ପର୍କରେ ରେ ବାରମ୍ବାର ଯୋଗାଯୋଗ କରିଥିଲେ ସୁଧା ସାମ୍ବାଦିକ ଙ୍କୁ କୌଣସି ପ୍ରକାର ସୂଚନା ଦେବାରେ ଥାନା ଅଧିକାରୀ ଇଚ୍ଛା ପ୍ରକାଶ କରି ନ ଥିଲେ
Sign in
Sign in
Recover your password.
A password will be e-mailed to you.