ବାସୁଦେବପୁର- ବାସୁଦେବପୁର ଠାରେ ବସ ଷ୍ଟାଣ୍ଡ କାଳୀ ପୂଜା କମିଟି ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ ହୋଇ ଯାଇଛି। ଏହି ଅବସର ରେ ଓଡ଼ିଶା ସରକାର ଙ୍କ ଗୃହ ଉଣୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଉପାଧ୍ୟକ୍ଷ ଉତ୍ତମ ବାରିକ୍, ସମାଜ ସେବୀ ଦେବ ସ୍ଵରପ ଧ୍ଵନି, ସମାଜ ସେବୀ ଶୁଭେନ୍ଦୁ ଭୂଷଣ ବେହେରା , ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି,ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଶୁଭାରମ୍ଭ କରିଥିଲେ। ଏହି ଅବସର ରେ ବସ ଷ୍ଟାଣ୍ଡ କାଳୀ ପୂଜା କମିଟି ର ସଭାପତି ମଦନ ମହାକୁଡ, ସମ୍ପାଦକ ଉପସ୍ଥିତ ରହି ଥିଲେ। ସୂଚନା ଥାଉ କି ଚଳିତ ବର୍ଷ ବସ ଷ୍ଟାଣ୍ଡ କାଳୀ ପୂଜା କମିଟି ପକ୍ଷରୁ ମା ଙ୍କ ମନ୍ଦିର ସହ ପଥର ମୃତ୍ତି ସ୍ଥାପନ କରାଯାଇଛି। ଏହି ଅବସର ରେ ଅତିଥି ମାନଙ୍କ ସହ କିଛି କର୍ମ କର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ବାସୁଦେବପୁର ରେ ବହୁ ଧୁମ୍ ଧାମରେ କାଳୀ ପୂଜା ଚାଲିଛି, ଅପେରା ପାର୍ଟି ସହ ବିଭିନ୍ନ ପ୍ରକାର ର ରାମ ଦୋଳି, ମିନା ବଜାର, ଦୋକାନ ବଜାର, ଆଲୋକ ତୋରଣ ସଜା ରେ ବାସୁଦେବପୁର ଶୋଭା ପାଉଛି। ଆସନ୍ତା ୧୩ ତାରିଖ ରେ ଚାରି କାଳୀ ପୂଜା କମିଟି ପକ୍ଷରୁ ଏକ ସାଙ୍ଗରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.