ବଡ଼ ଧରଣର ଆଡ୍ଡାରେ ଚଢ଼ାଉ,ଚାରି ମହିଳା ସମେତ ୮ ଗିରଫ

0

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ୍ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ବଡ଼ ଧରଣର ଅର୍ଥ ରାଶି ସହିତ ଚାରି ମହିଳା ଏବଂ ଚାରି ପୁରୁଷ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି। ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସୂଚନା ପ୍ରକାରେ,ମଙ୍ଗଳବାର ସକାଳ ସମୟରେ ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ବେଳେ ବେଲଗୁଣ୍ଠା ଗୋପୀନାଥ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ବିଶେଷ ସୂତ୍ରରୁ ଖବର ପାଇଁ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ଚାରି ଜଣ ମହିଳା ଏବଂ ଚାରିଜଣ ପୁରୁଷ ଜୁଆଡିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ନଗଦ ୮୨ ହଜାର ୭୦୦ ଟଙ୍କା , ଛଅଟି ମୋବାଇଲ୍ ଫୋନ୍ ଏବଂ ଦୁଇ ସେଟ୍ ତାସ୍ ଜବତ କରିଥିଲା I ଏ ନେଇ କେସ ନଂ ୩୫୪/୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.